ଆଉ ୧୩୪ ନୂଆ କରୋନା ଆକ୍ରନ୍ତ ଚିହ୍ନଟ : ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୧୩୪ ନୂଆ କରୋନା ଆକ୍ରନ୍ତ ଚିହ୍ନଟ । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରକୁ ଆଧାର କରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Covid-19 Report For 17th January, 2021
New Positive Cases: 134
In quarantine: 79
Local contacts: 55(Details of local contacts will be shared by concerned District Administration)
District Wise Cases:
1. Angul: 5
2. Balasore: 9
3. Bargarh: 3
4. Balangir: 3— I & PR Department, Odisha (@IPR_Odisha) January 18, 2021
ଆଜି ସୁନ୍ଦରଗଡରୁ ସବୁଠାରୁ ଅଧିକ ୨୫ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି। ସେହିପରି ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୯ ଜଣ, ବରଗଡ଼ରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀରରୁ ମଧ୍ୟ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ବୌଦ୍ଧ ଓ କଟକରୁ ୨ ଜଣ ଲେଖାଁଏ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା କଳାହାଣ୍ଡି ଓ ଗଂଜାମ ଜିଲ୍ଲାରୁ ଜଣେ ଲେଖାଁଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି। ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରୁ ୩ ଓ ଖୋର୍ଦ୍ଧାରୁ ୫ ଜଣ ଚିହ୍ନଟ ହୋଇଛନ୍ତି।
5. Boudh: 2
6. Cuttack: 2
7. Gajapati: 1
8. Ganjam: 1
9. Jagatsinghpur: 1
10. Jajpur: 7
11. Jharsuguda: 12
12. Kalahandi: 1
13. Kendrapada: 1
14. Keonjhar: 3
15. Khurda: 5
16. Mayurbhanj: 4
17. Nuapada: 11
18. Puri: 16
19. Sambalpur: 19— I & PR Department, Odisha (@IPR_Odisha) January 18, 2021
ମୟୂରଭଞ୍ଜରୁ ୪, ନୂଆପଡ଼ାରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୧୬, ସମ୍ବଲପୁରରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସୋନପୁରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଷ୍ଟେଟ୍ପୁଲ୍ରୁ ଜଣେ ଚିହ୍ନଟ ହୋଇଛନ୍ତି।