ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ

କଟକ: ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ତଥା ଉତ୍ତରଦାୟିତ୍ବ ବୃଦ୍ଧି କରିବାକୁ ବୁଧବାର ଓପିଏସସି(ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିଶନ)ର ନୂଆ ସିଏସ୍‌ଏମ୍‌ଏସ୍‌ ପୋର୍ଟାଲ ଉଦ୍‌ଘାଟିତ ହୋଇଛି। ସିଏସ୍‌ଏମ୍‌ଏସ୍ ଅର୍ଥ ହେଉଛି କମ୍ପ୍ରେହେନ୍ସିଭ୍ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ୍। ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଓପିଏସସିର ସମସ୍ତ ତଥ୍ୟ ମିଳିପାରିବ। ଏହି ୱେବ୍‌ସାଇଟ୍ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଯୋଗ ଜଣାଇ ପାରିବେ ଏବଂ କୌଣସି ବିଷୟରେ ସୂଚନା ମଧ୍ୟ ପାଇ ପାରିବେ। ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ କାର୍ୟ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଏହା ଓପିଏସ୍‌ସିକୁ ସାହାଯ୍ୟ କରିବ।

ଏହା ସହିତ ଖୁବଶୀଘ୍ର ଓପିଏସ୍‌ସି ନିଜର ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରିବ ବୋଲି ଓପିଏସ୍‌ସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

Comments are closed.