ପୂର୍ବଭାରତର ଉଦୟ ସୂର୍ଯ୍ୟ ‘ଭାରତ ମସଲା’ : ରାଜ୍ୟପାଳ

ରାମଦାସପୁର କମ୍ପାନୀରେ ଉଡ଼ିଲା ଜାତୀୟ ପତାକା

0

ବାରଙ୍ଗ : ରାମଦାସପୁରରେ ସ୍ଥାପିତ ଭାରତ ମସଲାର ନୂତନ କାରଖାନା ପରିସରରେ ୨୪ଘଣ୍ଟିଆ ଜାତୀୟ ପତାକା ଉତ୍ତୋଳନ ସହିତ ବାଣିଜ୍ୟକ ଉତ୍ପାଦ କାର୍ଯ୍ୟକ୍ରମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ପୂର୍ବାହ୍ଣରେ ଆନୁଷ୍ଠାନିକଭାବେ ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଲାଲ କହିଲେ ଭାରତରେ ଭାଷା ଅନେକ ରହିଛି, ସମସ୍ତଙ୍କ ଭାବନା ଗୋଟିଏ। ରାଜ୍ୟ ଅନେକ, ରାଷ୍ଟ୍ର ଗୋଟିଏ। ରୀତିନୀତି ଅନେକ ସଂସ୍କାର,ଏକ ବୋଲି ସେ କହିଥିଲେ।
ଜୟ ଭାରତ ଫାଉଣ୍ଡେସନ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ପୂର୍ବ ଭାରତର ଉଦୟ ସୂର୍ଯ୍ୟ ଭାରତ ମସଲା ବୋଲି କହିଥିଲେ। ସାମାନ୍ୟ ଅର୍ଥକୁ ପୁଞ୍ଜି କରି ନିଜର ନିଷ୍ଠାପର ଉଦ୍ୟମ ଯୋଗୁଁ ସେ ଅ।ଜି ଏମଏସଏମଇ ସେକ୍ଟରରେ ବିପ୍ଳବ ସୃଷ୍ଟି କରିଛନ୍ତି। ବିଶ୍ୱାସକୁ ଆଧାର କରି ସେ ଆଜି ଏହି ସଫଳତା ଲାଭ କରିପାରିଛନ୍ତି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ଦେବୀ ପ୍ରସାଦ ମିଶ୍ର ଭାରତ ମସଲା କମ୍ପାନୀ ପୂର୍ବ ଭାରତର ଏକମାତ୍ର ବ୍ୟବସାୟ କେନ୍ଦ୍ର ଯିଏ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ କମ୍ପାନୀ ପରିସରରେ ଅହୋରାତ୍ର ଉଡାଇବାକୁ ସାହସ ଜୁଟାଇଛି। ଆଗାମୀ ଦିନରେ ଭାରତ ମସଲାର ବ୍ୟବସାୟ ୭ହଜାର କୋଟିରେ ପହଞ୍ଚିବ ବୋଲି ସେ ଆଶାପ୍ରକାଶ କରିଥିଲେ। ପୂର୍ବତନ ଜିଏସଟି ଓ କଷ୍ଟମର ବୋର୍ଡ ସଦସ୍ୟ ସୁଶାନ୍ତ କୁମାର ପଣ୍ଡା ଏହି ନୂତନ କାରଖାନାରେ ସ୍ଥାପନ ହୋଇଥିବା ଅତ୍ୟାଧୁନିକ ଜର୍ମାନ ଟେକ୍ନୋଲୋଜିରେ କ୍ରାୟୋଜେନିକ ମେସିନ ସ୍ଥାପନ ହୋଇଛି। ଯାହା ସମଗ୍ର ପୂର୍ବ ଭାରତରେ ପ୍ରଥମ ବୋଲି ସେ କହିଥିଲେ। ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ସ୍ୱାଗତଭାଷଣ ପ୍ରଦାନ କରି ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ଭାରତ ମସଲା ଆଜି ଏଠାରେ ପହଞ୍ଚି ପାରିଥିବା କହିଥିଲେ। ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ବିଶିଷ୍ଟ ଐତିହାସିକ ତଥା ଲେଖକ ଡକ୍ଟର ସୋମା ଚାନ୍ଦ, ଇଂଜିନିୟର ଗୋବିନ୍ଦ ଜି, ପ୍ରକାଶ ଜି, ଆଲାମ ଜୀ, ଏସ୍‍ସିବି ମେଡିକାଲର ଇଏନଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ କୁମାର ବେହେରା, ଓଡିଶା ଶିଳ୍ପ ସଂଘର ସଭାପତି ଅବନୀ କାନୁନଗୋ, ବରିଷ୍ଠ ସାମ୍ବାଦିିକ ଡକ୍ଟର ସତ୍ୟ ରାୟ, ଭାରତ ମସଲାର କର୍ମଚାରୀ ସ୍ନେହଲତା ରାଉତ ଓ ନୂଆବଜାର ପୋତାପୋଖରୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ମହାପ୍ରବନ୍ଧକ ଅରୁଣ କୁମାର ନାୟକ, ମହାପ୍ରବନ୍ଧକ ଅଶ୍ୱିନୀକୁମାର ଦାସ, ଡାଇରେକ୍ଟର ନନ୍ଦିତା ପଣ୍ଡା, ନମିତା ପଣ୍ଡା, ସୁମନ୍ତକୁମାର ପଣ୍ଡା, ଦିଗନ୍ତ ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply