ବିଜୁ ଅନୁଗତ ମାନଙ୍କୁ ନେଇ ଗଠନ ହେବ ନୂଆ ଦଳ

0

ଭୁବନେଶ୍ବର : ଓଡ଼ିଶା ରାଜନୀତିରେ ନୂତନ ସମୀକରଣ ଆରମ୍ଭ ହେବାକୁ ଯାଉଛି। ପ୍ରକୃତ ବିଜୁ ଅନୁଗତ ମାନଙ୍କୁ ନେଇ ନୂଆ ଦଳ ଗଠନ ହେବାକୁ ଯାଉଛି।  ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ  ଡ଼ାକ୍ତର ଦାମୋଦର ରାଉତ ଏ ସଂପର୍କରେ ସୂଚନା ଦେଇଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଏହି ଦଳ ଗଠନ ହେବ ବୋଲି ସେ କହିଛନ୍ତି । ଇତି ମଧ୍ୟରେ ବିଧାୟକ ଡ଼ାକ୍ତର ରାଉତ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତି କରି ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବାରେ ଲାଗିଛନ୍ତି। ପ୍ରଥମେ ମୟୁରଭଞ୍ଜ ଓ ପରେ  କଟକ ଜିଲ୍ଳାର ମାହାଙ୍ଗାରେ ଜନସଭା କରି ସେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।

ପୂର୍ବନତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୋତ୍ସାହନ ଓ ଦାମ ବାବୁଙ୍କ ମାର୍ଗ ଦର୍ଶନରେ ଏହି ଦଳ ଗଠନ ହେଉଥିବା ନେଇ ଶୁଣିବାକୁ ମିଳୁଛି। ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଜୁ ଅନୁଗତଙ୍କୁ ନେଇ ଦଳ କାର୍ଯ୍ୟ କରିବ ବୋଲି କୁହାଯାଉଛି । ବିଜେଡି ଓ କଂଗ୍ରେସର ବହୁ ଅସନ୍ତୁ​‌ଷ୍ଟ ନେତା ତଥା ଅନେକ ବିଜୁ ଅନୁଗତ ଏହି ନୂଆ ଦଳରେ ସାମିଲ ହେବାର ସମ୍ଭାବନା ରହିଛି । ତେବେ ପ୍ରାରମ୍ଭିକ ଭାବେ ଏହି ଦଳର ନାମ ବିଓଡି( ବିଜୁ ଓଡ଼ିଶା ଦଳ ) ରଖିବା ପାଇଁ ସ୍ଥିରି ହୋଇଥିବା ଜଣାପଡିଛି ।

Leave A Reply