ଝାରସୁଗୁଡା ବିଜେପିର ନୂଆ ସାଙ୍ଗଠନିକ ଅଧିକାରୀ ନିର୍ବାଚିତ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲାରେ ବିଜେପି ଦଳକୁ ସକ୍ରିୟ ଓ ତୃଣମୂଳ ସ୍ତରରେ ମଜବୁତ କରିବା ନେଇ ଗୁରୁବାର ଝାରସୁଗୁଡା ବିଜେପି ତାର ୭ ଜଣ ନୂତନ ସାଙ୍ଗଠନିକ ପଦାଧିକାରୀଙ୍କ ଘୋଷଣା କରିଛି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୀଲ କୁମାର ନାୟକ ଏକ ପ୍ରେସ ବିଜ୍ଞପ୍ତିରେ ନବ ନିଯୁକ୍ତ ପଦାଧିକାରୀଙ୍କ ନାମ ଘୋଷଣା ବାବଦରେ ସୂଚନା ପ୍ରଦାନ କରିଛନ୍ତି। ନିର୍ବାଚିତ ୭ଟି ମଣ୍ଡଳ ଓ ଜିଲ୍ଲା ପ୍ରତିନିଧିମାନେ ହେଉଛନ୍ତି
ବ୍ରଜରାଜନଗର ମଣ୍ଡଳ ସଭାପତି – ରୁକ୍ମଣ ଧୁରୁଆ
ଜିଲ୍ଲା ପ୍ରତିନିଧି – ରାମାନନ୍ଦ ଯାଦବ
ରାଜପୁର ମଣ୍ଡଳ ସଭାପତି – ଭଗବାନ କଟାର
ଜିଲ୍ଲା ପ୍ରତିନିଧି – ରାଧେଶ୍ୟାମ ପ୍ରଧାନ
ବେଳପାହାଡ଼ ମଣ୍ଡଳ ସଭାପତି – ବିକାଶ ଅଗ୍ରୱାଲ
ଜିଲ୍ଲା ପ୍ରତିନିଧି – ତପନକାନ୍ତ ଜେନା
ଲାଇକେରା ମଣ୍ଡଳ ସଭାପତି – ପଙ୍କଜ ବେହେରା
ଜିଲ୍ଲା ପ୍ରତିନିଧି – ବାଞ୍ଛାନିଧି ସାହୁ
କିର୍ମିରା ମଣ୍ଡଳ ସଭାପତି – ବିଜୟ ଶର୍ମା
ଜିଲ୍ଲା ପ୍ରତିନିଧି – ରସିକ ଆଡେ
ବନ୍ଧବାହାଲ ମଣ୍ଡଳ ସଭାପତି – ହେମନ୍ତ ପଟେଲ
ଜିଲ୍ଲା ପ୍ରତିନିଧି – ବିଶ୍ୱନାଥ ଭୋଇ
ପାକେଲ ପଡା ମଣ୍ଡଳ ସଭାପତି – ତ୍ରିନାଥ ରଣା
ଜିଲ୍ଲା ପ୍ରତିନିଧି – ସମୀର ଦେଓ

ଝାରସୁଗୁଡ଼ାଠାରେ ଅନୁଷ୍ଠିତ ଗୁରୁବାର ଦଳୀୟ ସାଙ୍ଗଠନିକ ନିର୍ବାଚନ କାର୍ୟ୍ୟକ୍ରମରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ସୁକେଶି ଓରାମ ଉପସ୍ଥିତ ରହି ନବ ନିର୍ବାଚିତ ମଣ୍ଡଳ ଓ ଜିଲ୍ଲା ପ୍ରତିନିଧିମାନଙ୍କ ନାମ ଘୋଷଣା କରିଥିଲେ।

Comments are closed.