କର୍ମଚାରୀଙ୍କ ପାଇଁ ଖୁସି ଖବର; ଏଣିକି ସପ୍ତାହରେ ୪ଦିନ କାମ, ୩ଦିନ ଛୁଟି !

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସିର ଖବର । ଜୁଲାଇ ପହିଲାରୁ ନୂତନ ଶ୍ରମ ​‌କୋର୍ଡ କାର୍ଯ୍ୟକାରୀ କରିବାକୁ ସରକାର ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।  ସବୁଠାରୁ ବଡ଼ କଥା ହେଉଛି ନୂତନ ଶ୍ରମ ​‌କୋର୍ଡ କାର୍ଯ୍ୟକାରୀ ହେବା ସହ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ନିୟମରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏହି ନୂଆ ଆଇନ ଅନୁସାରେ କର୍ମଚାରୀ ମାନେ ପିଏଫ୍‌ ଓ ଗ୍ରାଚ୍ୟୁଇଟି ଭଳି ଅବସରକାଳୀନ ସୁବିଧା ପାଇପାରିବେ । ତାହାଛଡ଼ା ସାପ୍ତାହିକ ଛୁଟି ମଧ୍ୟ ବୃଦ୍ଧି ପାଇପାରେ । ଯଦି ଜଣେ କର୍ମଚାରୀ ଚାକିରି ଛାଡ଼ନ୍ତି, ଚାକିରି ଛାଡ଼ିବାର ଦୁଇ ଦିନ ମଧ୍ୟରେ ତାଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଟଙ୍କା ମିଳିପାରିବ ବୋଲି କୁହାଯାଇଛି ।

ନୂଆ ଶ୍ରମ କୋର୍ଡ ଅନୁଯାୟୀ କମ୍ପାନୀ ଛାଡିବା, ବହିଷ୍କାର ଓ ଅବସର ଗ୍ରହଣର ଦୁଇ ଦିନ ମଧ୍ୟରେ କର୍ମଚାରୀଙ୍କୁ ଦେୟ ଦେବାକୁ ପଡିବ । ତାହାଛଡ଼ା ଏହି ନୂତନ ଶ୍ରମ କୋର୍ଡର ନିୟମ ଅନୁସାରେ କର୍ମଚାରୀଙ୍କ ପାଇଁ ଏଥିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । କୁହାଯାଇଛି କି କର୍ମଚାରୀ ମାନେ ସପ୍ତାହରେ ୪ଦିନ କାମ କରିବା ସହ ୩ଦିନ ଛୁଟିରେ ରହିବେ ବୋଲି ପ୍ରସ୍ତବ ଦିଆଯାଇଛି । ଏହା ସହିତ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ବୃଦ୍ଧି କରିବାକୁ କୁହାଯାଇଛି । ଯଦି ଏହି ନିୟମ ଲାଗୁ ହୁଏ ତେବେ କର୍ମଚାରୀ ମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ହେବ ।

ଜଣେ କର୍ମଚାରୀ ସପ୍ତାହକୁ ୪ଦିନରେ ​ମୋଟ୍‌ ୪୮ ଘଣ୍ଟା କାମ କରିବେ । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଫେବ୍ରୁଆରୀ ୨୦୨୧ରେ ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କର୍ମଚାରୀଙ୍କ ମଜୁରୀ, ସାମାଜିକ ସୁରକ୍ଷା, ଶିଳ୍ପ ସମ୍ପର୍କ ଏବଂ ବୃତ୍ତିଗତ ସୁରକ୍ଷା ଉପରେ ଧ୍ୟାନ ରଖିଛନ୍ତି । ଏହି ୪ଟି ନିୟମ ଉପରେ ପରିବର୍ତ୍ତନ କରାଯାଉ ବୋଲି କେନ୍ଦ୍ର ସରକାର ଚାହୁଁଛନ୍ତି ।

Comments are closed.