ଆସନ୍ତାକାଲି କମଳା ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓଲ୍ଲାଇବ ଟିମ୍ ଇଣ୍ଡିଆ

ଇଂଲଣ୍ଡ : ବିଶ୍ୱକପ ମହାସମରରେ ଆସନ୍ତାକାଲି ଦୁଇ ପ୍ରଭାବଶାଳୀ ଟିମ୍‍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଏଜବାଷ୍ଟୋନରେ ଖେଳାଯିବାକୁ ଥିବା ଏହି ଧମାକାଦାର ମ୍ୟାଚରେ ସେମିଫାଇନାଲକୁ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେପଟେ ବିଶ୍ୱକପରେ ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ବିରାଟ ବାହିନୀ ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ।

ସବୁ ମ୍ୟାଚରେ ବ୍ଲୁ ଜର୍ସି ପିନ୍ଧି ପଡିଆକୁ ଓଲ୍ଲାଉଥିବା ଟିମ୍ ଇଣ୍ଡିଆକୁ ଆସନ୍ତାକାଲି ମ୍ୟାଚରେ ନୂଆ ରୂପରେ ଦେଖିବାକୁ ମିଳିବ । ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ କମଳା ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓଲ୍ଲାଇବ ବିରାଟ ବାହିନୀ । ଏହା ପୂର୍ବରୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନୂଆ ଜର୍ସିକୁ ଖୁବ ପସନ୍ଦ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ୱାରା ପଚରାଯାଇଥିବା ‘ଏହି ଜର୍ସିକୁ ଆପଣ ୧୦ରୁ କେତେ ରେଟ୍‍ ଦେବେ?’ ପ୍ରଶ୍ନରେ କୋହଲିଙ୍କ ଉତ୍ତର ଥିଲା ‘ଏହି ନୂଆ ଜର୍ସି ଦେଖିବାକୁ ଖୁବ ସୁନ୍ଦର ଏବଂ ପିନ୍ଧିବାକୁ ମଧ୍ୟ ଆରାମ ଦାୟକ ତେଣୁ ଯଦି ରେଟିଂ କଥା କୁହାଯାଏ ୧୦ ରୁ ୮ ରେଟ୍ ଦିଆଯିବ ।

Comments are closed.