‘କରୋନା’ ପ୍ରକୋପ ନ ସରୁଣୁ ଚୀନରୁ ମାଡି ଆସୁଛି ‘ହନ୍ତା’

ଚୀନରେ ଜଣଙ୍କର ମୃତ୍ୟୁ, ୩୨ ଆକ୍ରାନ୍ତ

ସମାଜ ପୋର୍ଟାଲ ଡେସ୍କ : ସମଗ୍ର ବିଶ୍ବ ବର୍ତ୍ତମାନ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତିତ ରହିଛି। ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସରେ ବର୍ତ୍ତମାନ ବିଶ୍ବର ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୩ଲକ୍ଷ ୯୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି। ଏହି କରୋନା ଏହାରି ମଧ୍ୟରେ ଚୀନରେ ଆଉ ଏକ ନୂଆ ମାରାତ୍ମକ ଭାଇରସ ‘ହନ୍ତା’ ମୃତ୍ୟୁର ଦୂତ ସାଜି ଉଭାହୋଇଛି। କରୋନା ଭାଇରସ ପରେ ପରେ ଚୀନରେ ଏହି ‘ହନ୍ତା’ ଭାଇରସରେ ଜଣଙ୍କର ମୃତ୍ୟୁ ଘଟିଛି। ଚୀନର ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚୀନର ଗ୍ରୀସ୍ ପ୍ରଦେଶରେ ସୋମବାର ଏହି ‘ହନ୍ତା’ ଭାଇରସରେ ସଂକ୍ରମିତ ହେବା ପରେ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୩୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ହନ୍ତା ଭାଇରସରେ ଜଣଙ୍କର ମୃତ୍ୟୁ ହେବାପରେ ଚୀନବାସୀ ଆତଙ୍କିତ ହୋଇ ଯାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭାଇରସ ବିଷୟରେ ଜାଣିବା ପାଇଁ ଲୋକମାନେ ସର୍ଚ କରୁଛନ୍ତି। ଚୀନର ଲୋକମାନେ ହନ୍ତା ଭାଇରସ୍ ମହାମାରୀ ହେବା ପୂର୍ବରୁ ପ୍ରତିରୋଧ ପ୍ରୟାସ କରିବା ପାଇଁ ତତ୍ପର ହୋଇଉଠିଛନ୍ତି। ଏହି ଭାଇରସ ବ୍ୟାପିବା ପରେ ଅନେକ ଲୋକ କହିଛନ୍ତି ଯଦି ଚୀନର ଲୋକମାନେ ପଶୁ ଖାଇବା ବନ୍ଦ କରନ୍ତି ନାହିଁ, ତେବେ ଏହି ପରି ଜୀବାଣୁ ସର୍ବଦା ମାନବ ଜୀବନ ପାଇଁ ବିପଦ ନେଇ ଆସିବ। ଆଗୁଆ କିପରି ଏହି ମାରାତ୍ମକ ‘ହନ୍ତା’ ଭାଇରସକୁ ରୋକିହେବ ସେଥିପାଇଁ ଚୀନ ପ୍ରୟାସ କରୁଥିବା ଜଣାପଡିଛି।

କଣ ଏହି ‘ହନ୍ତା’ ଭାଇରସ୍……

‘ହନ୍ତା’ ଭାଇରସ୍ କରୋନା ଭାଇରସ୍ ପରି ସାଂଘାତିକ ନୁହେଁ। ବିଶେଷଜ୍ଞମାନଙ୍କ ବିଶ୍ବାସ କରନ୍ତି ଯେ, ଏହି ଭାଇରସ କରୋନା ପରି ବାୟୁରେ ବିସ୍ତାର ହୁଏ ନାହିଁ। ଏହି ଭାଇରସ୍ ମୂଷାମାନଙ୍କଠୁ ମଣିଷ ଦେହକୁ ଆସିଥିାଏ। ହନ୍ତା ଭାଇରସରେ ଆକ୍ରାନ୍ତ ଥିବା ବ୍ୟକ୍ତିର ସଂସ୍ପର୍ଶରେ ଯଦି ଜଣେ ସୁସ୍ଥ ବ୍ୟକ୍ତି ଆସନ୍ତି ଏବଂ ଏହାପରେ ନିଜ ହାତକୁ ପାଟି,ନାକ କିମ୍ବା ଆଖିକୁ ଛୁଇଁଥାଏ ତେବେ ଏହା ବ୍ୟାପିଥିାଏ। ଏଥି ସହିତ ଯଦି ଜଣେ ସୁସ୍ଥ ବ୍ୟକ୍ତି ମୂଷା ମଳ,ମୁତ୍ର ଇତ୍ୟାଦି ଛୁଇଁବା ପରେ ହାତ ସଫା ନକରି ପାଟି,ନାକ କିମ୍ବା ଆଖିକୁ ଛୁଇଁଥାଏ ତେବେ ଏହି ଭାଇରସରେ ସଂକ୍ରମିତ ହେବାରୁ ଆଶଙ୍କା ରହିଛି।

ହନ୍ତା ଭାଇରସର ଲକ୍ଷଣ..

ଏହି ହନ୍ତା ଭାଇରସରେ ଆକ୍ରାନ୍ତ ହେଲେ ଜ୍ବର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ପେଟ ଯନ୍ତ୍ରଣା, ବାନ୍ତି ଓ ଝାଡା ହୋଇପାରେ। ତେବେବେଳେ ଏହି ଲକ୍ଷଣ ଦେଖାଦେବା ପରେ ମଧ୍ୟ ସଂକ୍ରମିତ ବ୍ୟକ୍ତି ଚିକିତ୍ସାରେ ବିଳମ୍ବ କରନ୍ତି ତେବେ ଫୁସଫସ୍ ଭିତରେ ପାଣି ଭରିଯାଏ। ଯାହା ଦ୍ବାରା ଶ୍ବାସକ୍ରିୟାରେ ଅସୁବିଧା ହେବାସହ ମୃତ୍ୟୁ ହୋଇପାରେ।

Comments are closed.