କରୋନା ମୁକାବିଲା : ନୂଆ ନିର୍ଦ୍ଦେଶାବଳୀ ୪ରୁ

ନୂଆଦିଲ୍ଲୀ : କୋଭିଡ-୧୯ ମୁକାବିଲା ପାଇଁ ନୂଆ ନିର୍ଦ୍ଦେଶାବଳୀ ଆସନ୍ତା ମାସ ୪ ତାରିଖରୁ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ଏହି
ନିର୍ଦ୍ଦେଶାବଳୀରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବାର ସମ୍ଭାବନା ଅଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଏ ସମ୍ବନ୍ଧରେ
ଖୁବ୍‍ଶୀଘ୍ର ସୂଚନା ଦିଆଯିବ । ଏକ ସମୀକ୍ଷା ବୈଠକରେ କୋଭିଡ-୧୯ କଟକଣା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା ।
କୋଭିଡ-୧୯ କଟକଣା ଲାଗୁ ଯୋଗୁଁ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଥିବା ଜଣାପଡିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି କଟକଣା
ଯୋଗୁଁ ମିଳିଥିବା ସୁଫଳ ଯେପରି ବୃଥା ନଯାଏ ସେଥିପାଇଁ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ କଟକଣା ସମ୍ବନ୍ଧୀୟ ସମସ୍ତ ନିୟମାବଳୀକୁ ପାଳନ କରାଯିବା ଉଚିତ୍‍ ।

Comments are closed.