ସଙ୍ଗରୋଧରେ ରହିବା ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଦେଶରେ କରୋନା ଓ କରୋନାର ନୂଆ ପ୍ରକରଣ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସଙ୍ଗରୋଧରେ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର ନୂଆ ମାର୍ଗଦର୍ଶିକା ଜାରି କରିଛି। ଅଧିକାଂଶ ଆକ୍ରାନ୍ତ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ ଥିବାରୁ ସେମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଡାକ୍ତରଙ୍କ ଦ୍ୱାରା ଚିହ୍ନିତ ଲକ୍ଷଣହୀନ ସଙ୍ଗରୋଧରେ ରହିପାରିବେ। ଆକ୍ରାନ୍ତଙ୍କ ପରିବାରକୁ ପରାମର୍ଶ ପାଇଁ କଣ୍ଟ୍ରୋଲ ରୁମ୍‍ ନମ୍ବର ଦିଆଯିବ। ସଙ୍ଗରୋଧରେ ରହିବା ପାଇଁ ଘରେ ଉପଯୁକ୍ତ ବ୍ୟବସ୍ଥା ଥିଲେ ରହିପାରିବେ। ଟିକା ନେଇ ସାରିଥିବା ପରିବାରର ଜଣେ ଆକ୍ରାନ୍ତଙ୍କ ଦାୟିତ୍ୱରେ ରହିବେ। ବୟସ୍କ/ବହୁବିଧ ରୋଗାକ୍ରାନ୍ତଙ୍କୁ କେବଳ ଡାକ୍ତର ହିଁ ଅନୁମତି ଦେଇପାରିବେ।
ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିନା ଆକ୍ରାନ୍ତ ସାତ ଦିନ ସଙ୍ଗରୋଧରେ ରହିବେ। ପରେ ଯେଉଁମାନେ ଘରେ ସଙ୍ଗରୋଧରେ ରହିବା ପରେ ୩ ଦିନ ମଧ୍ୟରେ ଜ୍ୱର ନହୁଏ, ତେବେ ସେମାନଙ୍କୁ ଡିସଚାର୍ଜ କରାଯିବ । ଘରର ସଙ୍ଗରୋଧର ଅବଧି ସମାପ୍ତ ହେବା ପରେ ସେମାନଙ୍କୁ ପୁନର୍ବାର ପରୀକ୍ଷା କରିବାର ଆବଶ୍ୟକତା ନାହିଁ ।

Comments are closed.