ନନ୍ଦନକାନନ ଆସିଲେ ନୂଆ ଅତିଥି, ତେଣେ ଆଖି ବୁଝିଲା ସୁରଜ

ଭୁବନେଶ୍ୱର : ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଧବାର ଭୋର ସମୟରେ ୬ଟି ନୂଆ ଅତିଥି ଆସିଛନ୍ତି। ବିଳାସପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ୪ଟି ସିଂହ ଓ ୨ଟି କୋକିଶିଆଳି ଆସିଛିନ୍ତି। ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ୧୫ ଓ କୋକିଶିଆଳି ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହାସହ ନନ୍ଦନକାନନ କର୍ତ୍ତୃପକ୍ଷ ସିଂହ ଓ କୋକିଶିଆଳି ବଦଳରେ ୨ଟି ଜଳହସ୍ତୀ ଦେବେ ବୋଲି ସୂଚନା ମିଳିଛି।
ତେବେ ନନ୍ଦନକାନନକୁ ନୂଆ ଅତିଥି ଆସିଥିବା ବେଳେ ୧୬ ବର୍ଷୀୟ କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ହୋଇଛି। ବୟସାଧିକ କାରଣରୁ ବହୁ ଦିନ ହେବ ଅସୁସ୍ଥ ଥିବା ସୁରଜର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଠାରୁ ଜଣାପଡ଼ିଛି। ଏହି କଲରାପତରିଆ ବାଘଟି ୨୦୦୪ରେ ଭଞ୍ଜନଗରରୁ ୩/୪ ମାସର ହୋଇଥିବା ବେଳେ ଉଦ୍ଧାର ହୋଇଥିଲା। ବର୍ତ୍ତମାନ ସୁରଜର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି।

Comments are closed.