ପିଏନ୍‍ବି ଅଞ୍ଚଳ ଶସ୍ତ୍ରର ନୂତନ ମହାପ୍ରବନ୍ଧକ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଅଞ୍ଚଳ ଶସ୍ତ୍ରର ମୁଖ୍ୟ ରୂପେ ମହାପ୍ରବନ୍ଧକ ଜ୍ୟୋତି ରଞ୍ଜନ ରଥ ଯୋଗ ଦେଇଛନ୍ତି । ଶ୍ରୀ ରଥ ଏହା ପୂର୍ବରୁ ଦିଲ୍ଲୀ ଠାରେ ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟରେ ମହାପ୍ରବନ୍ଧକ ପଦବୀରେ ଅବସ୍ଥାପିତ ଥିଲେ ।

ସେ ମଧ୍ୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ରୂପେ କାର୍ଯ୍ୟ କରିଛନ୍ତି । ଋଣ ଆଦାୟକୁ ତ୍ୱରାନିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ଅଞ୍ଚଳ ଶସ୍ତ୍ର କେନ୍ଦ୍ର ସହିତ ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ଠାରେ ମଣ୍ଡଳ ଶସ୍ତ୍ର କେନ୍ଦ୍ରମାନ ଖୋଲା ଯାଇଛି ।

Comments are closed.