ନ୍ୟୁ ଫାରାକ୍କା ଏକ୍ସପ୍ରେସ୍‍ ଦୁର୍ଘଟଣାକୁ ନେଇ ୨ ରେଳ କମଚାରୀ ନିଲମ୍ବିତ

0

ନୂଆଦିଲ୍ଲୀ : ନ୍ୟୁ ଫାରାକ୍କା ଏକ୍ସପ୍ରେସ୍‍ ଦୁର୍ଘଟଣାକୁ ନେଇ ରେଳ ବିଭାଗ ପକ୍ଷରୁ ସିଗ୍‍ନାଲ ଇନ୍ସପେକ୍ଟର ବିନୋଦ କୁମାର ଏବଂ ଇଲେକ୍ଟ୍ରିକାଲ ସିଗନାଲ ମେଣ୍ଟେନର ଅମରନାଥଙ୍କୁ ଗୁରୁବାର ନିଲମ୍ବିତ କରାଯାଇଛି। ତ୍ରୁଟିପୂର୍ଣ୍ଣ ସିଗ୍‍ନାଲ ଯୋଗୁ ଏହି ଟ୍ରେନ୍‍ର ୯ଟି ବଗି ଲାଇନ୍‍ଚ୍ୟୁତ ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ଜଣାପଡିଛି। ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରିବା ଲାଗି ରେଳବାଇ ମୁଖ୍ୟ କମିଶନ ନିର୍ଦେଶ ଦେଇଥିବା ଉତ୍ତରାଞ୍ଚଳ ରେଳବାଇ ମୁଖପାତ୍ର ଦୀପକ କୁମାର ପ୍ରକାଶ କରିଛନ୍ତି। ବୁଧବାର ପଶ୍ଚିମବଙ୍ଗର ମାଲଦାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ନ୍ୟୁ ଫାରାକା ଏକ୍ସପ୍ରେସ୍‍ର୯ଟି ବଗି ଉତ୍ତରପ୍ରଦେଶର ରାଏବରେଲି ଜିଲା ଅନ୍ତର୍ଗତ ହରଚାନ୍ଦପୁର ନିକଟରେ ପୂର୍ବାହ୍ଣ ୬ଟା ୧୦ ମିନିଟ୍‍ରେ ଲାଇନ୍‍ଚ୍ୟୁତ ହୋଇଥିଲା। ଏଥିରେ ଏକ ଟ୍ରେନ୍‍ ଦୁର୍ଘଟଣାରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୫ ଜଣ ଯାତ୍ରୀ ଆହତ ହୋଇଥିଲେ।

Leave A Reply