ନୂଆ ଯୁଗର ମଡେଲର

ଏକବିଂଶ ଶତାବ୍ଦୀରେ ଲୋକଙ୍କ ଚିନ୍ତାଧାରା କିଛି ଅଂଶରେ ପରିବର୍ତ୍ତନ ହେଲାଣି। ପାଶ୍ଚାତ୍ୟ ଦେଶର ଲୋକେ ଅଧିକ ଅଗ୍ରଗତି କରିଥିବାବେଳେ ଆମ ଏସୀୟ ରାଷ୍ଟ୍ରମାନେ ମଧ୍ୟ ସମୟକ୍ରମେ ସେହି ପଥରେ ଆଗୋଉଛନ୍ତି। ବିଦେଶରେ ଫେଶନ୍ ଶୋ’ରେ ଏବେ ମୋଟୀ ଝିଅଙ୍କ ଭିଡ଼ ଦେଖାଗଲାଣି। ଏମାନଙ୍କୁ ‘ପ୍ଲସ୍-ସାଇଜ୍ ଫେଶନ୍’ ନାମ ଦିଆଯାଇଥିବାବେଳେ ତନୁ ପାତେଳୀଙ୍କ ମୋଟା ଝିଅମାନେ ମଧ୍ୟ ତାଳ ଦେଇ କ୍ୟାଟ୍‌ ୱାକ୍ କରୁଛନ୍ତି। ଭାରତରେ ଏହି ପ୍ଲସ୍ ସାଇଜ୍‌ର ଆଦର ସେତେଟା ନଥିଲେ ମଧ୍ୟ ସମୟକ୍ରମେ ଏହା ବିସ୍ତାର ଲାଭ କରୁଛି। ୨୦୧୬ରେଭାରତରେ ପ୍ରଥମଥର ପ୍ଲସ୍ ସାଇଜ୍ ମଡେଲରଙ୍କ ଫେଶନ୍ ଶୋ ଆୟୋଜିତ ହୋଇଥିଲା। ମୋଟ୍ ୧୦ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ନେହା ସେମାନଙ୍କ ମଧ୍ୟରୁ ଜଣେ ଥିଲେ। ଏବେ କେତୋଟି ବିଜ୍ଞାପନରେ ସେ ମୁହଁ ଦେଖାଇସାରିଲେଣି ଓ ଆଗକୁ ମଡେଲିଂ ଦୁନିଆରେ ସେ ନିଜ ସ୍ଥିତି ଦୃଢ଼ କରିବେ ବୋଲି କହିଛନ୍ତି। ଭାରତରେ ପ୍ଲସ୍ ସାଇଜ୍ ମଡେଲରଙ୍କୁ ଟାହିଟାପରା କରାଯାଉଛି। ଲୋକଙ୍କ ମାନସିକତା ପରିବର୍ତ୍ତନ ହେବାକୁ ଆଉ କିଛି ସମୟ ଦରକାର। କେବଳ ଯେ ତନୁ ପାତେଳୀ ଝିଅ ମଡେଲର ହେବେ, ତା’ ନୁହେଁ। ତାଙ୍କ ଭଳି ମୋଟୀ ଝିଅମାନେ ମଧ୍ୟ ଏଇ କ୍ଷେତ୍ରରେ ଆଗକୁ ବଢ଼ିପାରିବେ, ତାହା ଖୁବ୍ ଶୀଘ୍ର ଭାରତର ଲୋକ ଗ୍ରହଣ କରିବେ ବୋଲି ନେହାଙ୍କ ଆଶା।

Comments are closed.