ନୂତନ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ସୁନୀଲ କୁମାର ବଂଶଲ

କଟକ : ଓଡ଼ିଶାର ନୂତନ ପୁଲିସ ମହାନିର୍ଦେଶକ ଭାବେ ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି । ଶୁକ୍ରବାର ଅପରାହ୍ଣରେ ବକ୍ସିବଜାରସ୍ଥିତ ପୁଲିସ ମୁଖ୍ୟାଳୟରେ ଶ୍ରୀ ବଂଶଲ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ୧୯୮୬ ବ୍ୟାଚର ଆଇପିଏସ୍‌ ତଥା ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ନୂଆ ବର୍ଷରୁ ଶ୍ରୀ ବଂଶଲ ତାଙ୍କ କାର୍ଯ୍ୟାରମ୍ଭ କରିବେ । ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀ ବଂଶଲ କେନ୍ଦ୍ରୀୟ ଡେପୁଟେସନରେ ଥିଲେ ।  ବହୁ ବରିଷ୍ଠ ପୋଲିସ ଅଧିକାରୀ ସବୁ ରେଞ୍ଜ୍‌ର ଆଇଜି ଓ ଡିଆଜି ପୁଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ।

କାର୍ଯ୍ୟଭାର ଗ୍ରହଣ କରିବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ବଂଶଲ କହିଛନ୍ତି ଲୋକଙ୍କ ସେବା ଓ ସୁରକ୍ଷା ଉପରେ ସେ ପ୍ରାଥମିକତା​ ଦେବେ।​‌ ସେହିପରି ସାଇବର ଠକାମୀରୁ ସୁରକ୍ଷା ପାଇଁ ସମସ୍ତ ଅତ୍ୟାଧୁନିକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବଂଶଲ କହିଛନ୍ତି।

 

Comments are closed.