ଆଠଗଡରେ ନୂଆ ଡେପୁଟି କଲେକ୍ଟରଙ୍କ ଯୋଗଦାନ

ଆଠଗଡ : ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ପ୍ରଥମ କରି ଜଣେ ଡେପୁଟି କଲେକ୍ଟର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରି ନୂଆ ଡେପୁଟି କଲେକ୍ଟର ସାରଦାକାନ୍ତୀ ଦଳାଇ କାର୍ଯ୍ୟରେ ଯୋଗଦେଇଥିଲେ। ନୂତନ ଡେପୁଟି କଲେକ୍ଟର ଶ୍ରୀମତୀ ଦଳାଇଙ୍କୁ ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସ ଓ ପ୍ରଜ୍ଞା ପରମିତା ପୃଷ୍ଟିଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ୱାଗତ ଜଣାଇଥିଲେ। ଏଠାରେ ଯୋଗ ଦେବା ପୂର୍ବରୁ ଶ୍ରୀମତୀ ଦଳାଇ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରେ ଯୋଗଦେବା ପରେ ନିଜର ପ୍ରତିକ୍ରିୟାରେ ଆଠଗଡବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନ, ବିଭିନ୍ନ ସେବା ପ୍ରଦାନ ସହିତ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ସେ ପ୍ରାଥମିକତା ଦେବେ ବୋଲି ଡେପୁଟି କଲେକ୍ଟର ଶ୍ରୀମତି ଦଳାଇ ପ୍ରକାଶ କରିଥିଲେ।

Comments
Loading...