ନେପାଳ : ନୂତନ ମାନଚିତ୍ରକୁ ନେଇ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟ ସ୍ଥଗିତ

ନେପାଳର ଘଟଣାକ୍ରମ ଉପରେ ଭାରତ ତୀକ୍ଷ୍‍ଣ ନଜର

ନୂଆଦିଲ୍ଲୀ :  ନେପାଳର ଘଟଣାକ୍ରମ ଉପରେ ଭାରତ ତୀକ୍ଷ୍‍ଣ ନଜର ରଖିଛି । ସୀମା ସମସ୍ୟାଗୁଡ଼ିକ ଖୁବ୍‍ ସମ୍ବେଦନଶୀଳ ଏବଂ ଏହାର ସମାଧାନ ବିଶ୍ୱାସ ଓ ପରସ୍ପରର ସହମତି ଆଧାରରେ ହେବା ଉଚିତ ବୋଲି ସରକାର କହିଛନ୍ତି । ନେପାଳରେ ଏହି ପ୍ରସଙ୍ଗକୁ ନେଇ ବିସ୍ତୃତ ବିଚାର ବିମର୍ଶ ଜାରି ରହିଛି ଏବଂ ଏଥିରୁ ଏହି ପ୍ରସଙ୍ଗର ଗୁରୁତ୍ୱ ପ୍ରତିଫଳିତ ହେଉଛି । ଭାରତ ଓ ନେପାଳ ସଂପର୍କ ମଧ୍ୟରେ ସଂଶ୍ଳିଷ୍ଟ ମୂଲ୍ୟବୋଧକୁ ପ୍ରଦର୍ଶିତ କରୁଛି । ନୂଆଦିଲ୍ଲୀ ଏହି ଘଟଣା ଉପରେ ନିରନ୍ତର ନଜର ରଖିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ନେପାଳର ପ୍ରସ୍ତାବିତ ନୂତନ ମାନଚିତ୍ରକୁ ନେଇ ସାମ୍ବିଧାନିକ ସଂଶୋଧନ ନିମନ୍ତେ ଯେଉଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା, ତାହାକୁ ସେହି ଦେଶ ସ୍ଥଗିତ ରଖିଛି । ନେପାଳ ସରକାରଙ୍କ ପକ୍ଷରୁ ସଂପ୍ରତି ଜାରି କରାଯାଇଥିବା ଏକ ସଂଶୋଧିତ ସରକାରୀ ମାନଚିତ୍ରରେ ଭାରତର କିଛି ଅଂଶକୁ ସାମିଲ କରାଯାଇଛି ।

Comments are closed.