ବିହାରରେ ୯ଟି ରାଜପଥ ପ୍ରକଳ୍ପର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ ୯ଟି ରାଜପଥ ପ୍ରକଳ୍ପ ପାଇଁ ଆଧାରଶିଳା ରଖିବେ। ଏଥିସହ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବାର ଉଦଘାଟନ କରିବେ ଯାହା ମାଧ୍ୟମରେ ବିହାରର ୪୫,୯୫୪ ଟି ଗ୍ରାମ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ସହିତ ଯୋଡ଼ି ହେବ ।

ରାଜପଥ ପ୍ରକଳ୍ପ: ନଅଟି ରାଜପଥ ପ୍ରକଳ୍ପ ମାଧ୍ୟମରେ ମୋଟ ୧୪, ୨୫୮ କୋଟି ଟଙ୍କା ବ୍ୟୟରେ ୩୫୦ କିମି ସଡ଼କ ନିର୍ମାଣ କରାଯିବ। ଏସବୁ ରାଜପଥ ରାଜ୍ୟ ଓ ରାଜ୍ୟ ଚାରିପାଖରେ ଉନ୍ନତ, ସୁବିଧାଜନକ ଯାତାୟାତ ସୁବିଧା ଯୋଗାଇ ଦେବା ସହିତ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଯାହାଫଳରେ ବିହାର ରାଜ୍ୟର ସାମଗ୍ରିକ ବିକାଶ ଲାଗି ମାର୍ଗ ପ୍ରଶସ୍ତ ହେବ। ପଡ଼ୋଶୀ ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ସହିତ ଜନସାଧାରଣ ଓ ମାଲ ପରିବହନରେ ବ୍ୟାପକ ସୁଧାର ଆସିବ।

୨୦୧୫ ରେ ବିହାରରେ ଭିତ୍ତିଭୂମି ବିକାଶ ଲାଗି ପ୍ରଧାନମନ୍ତ୍ରୀ ଏକ ସ୍ଵତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ଏଥିମଧ୍ୟରେ ରହିଥିଲା ୫୪ .୭୦୦ କୋଟି ଟଙ୍କାର ୭ଟି ପ୍ରକଳ୍ପ । ଏସବୁ ପ୍ରକଳ୍ପ ମଧ୍ୟରୁ ୧୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ୩୮ଟିର କାମ ଜାରି ରହିଛି ଏବଂ ଅନ୍ୟଗୁଡ଼ିକ ଡିପିଆର/ନିଲାମୀ/ମଞ୍ଜୁରି ପର୍ଯ୍ୟାୟରେ ରହିଛି। ଏସବୁ ପ୍ରକଳ୍ପ ଶେଷ ହେବା ପରେ, ବିହାରର ସମସ୍ତ ନଦୀ ଏକବିଂଶ ଶତାବ୍ଦୀର ବୈଶିଷ୍ଟ୍ୟ ସହିତ ଉନ୍ନତ ମାନର ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହେବା ସମସ୍ତ ରାଜପଥ ସମ୍ପ୍ରସାରିତ ତଥା ସୁଦୃଢ଼ ହେବ।

ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ ଅଧୀନରେ, ଗଙ୍ଗା ନଦୀରେ ମୋଟ ୧୭ଟି ସେତୁ ନିର୍ମାଣ ହେବ ଯାହାର ଲେନ କ୍ଷମତା ୬୨କୁ ବୃଦ୍ଧି ପାଇବ ଏହି ମାର୍ଗରେ, ପ୍ରତି ୨୫  କିମି ମଧ୍ୟରେ ରାଜ୍ୟରେ ରୋଟିଏ ନଦୀ ସେତୁ ରହିବ।

୧୧୪୯.୫୫ କୋଟି ଟଙ୍କା ବ୍ୟୟରେ ଏନଏଚ ୩୧ର ବିଖତିୟାରପୁର-ରାଜୌଲି ସେକ୍ସନରେ ୪୭.୨୩  କିମି ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ କରିବ, ୨୬୫୦.୭୬ କୋଟି ଟଙ୍କା ବ୍ୟୟରେ ଏନଏଚ-୩୧ ର ୫୦.୮୯ କିଲୋମିଟର ବଖତିଆରପୁର- ରାଜୌଲି ସେକ୍ସନକୁ ଚାରି ଲେନ ବିଶିଷ୍ଟ କରିବ । ୮୮୫,୪୧  କୋଟି ଟଙ୍କା ବ୍ୟୟରେ ଇପିସି ମୋତରେ ୩୦ ନମ୍ବର ଜାତୀୟ ରାଜପଥର ଆରା-ମୋହନିଆ ସେକ୍ସନର ୫୪.୫୩ କିମି ସଡ଼କକୁ ଚାରି ଲେନ ବିଶିଷ୍ଟ କରିବା ୮୫୫୯୩ କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ ୩୦ ନମ୍ବର ଜାତୀୟ ରାଜପଥର ଆରା ମୋହନିଆ ସେକ୍ସନର ୬୦.୮୦  କିମି ସଡ଼କକୁ ଚାରି ଲେନ ବିଶିଷ୍ଟ କରିବା, ୨୨୮୮ କୋଟି ଟଙ୍କା ବ୍ୟୟରେ ଏଚଏଏମ ମୋଡରେ ଏନଏଚ-୧୩୧ ଏ ନରେଣପୁର-ପୁର୍ଣ୍ଣିଆ ସେବନର ୪୯ କିମି ରାସ୍ତାକୁ ଚାରି ଲେନ ବିଶିଷ୍ଟ କରିବା, ୯୧୩.୧୫ କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ ଏନଏଚ୧୩୧ ଜିର ପାଟନା-ରିଙ୍ଗ ରୋଡ (କାହ୍ନୌଲି- ରାମନଗର) ୩୯ କିମି ରାସ୍ତାକୁ ୬ ଲେନ ବିଶିଷ୍ଟ କରିବା, ୨୯୨୬.୪୨ କୋଟି ଟଙ୍କା ବ୍ୟୟରେ ଏନଏଚ-୧୯ ଅନ୍ତର୍ଗତ ଗଙ୍ଗା ନଦୀ ଉପରେ ନୂଆ ୧୪.୫ କିମି ଲମ୍ବ ଚାରି ଲେନ ବିଶିଷ୍ଟ ସେତୁ ନିର୍ମାଣ (ବର୍ତ୍ତମାନର ମହାତ୍ମାଗାନ୍ଧୀ ସେତୁ ସମାନ୍ତରାଳ ଭାବେ), ୧୪୭୮.୪୦  କୋଟି ଟଙ୍କା ବ୍ୟୟରେ ଇପିସି ମୋଡରେ ଦୁଇ ଲେନ ବିଶିଷ୍ଟ ପେଭଡ ସୋଲଜର ସହିତ ଏନଏଚ-୧୦୬ରେ କୋଟି ଟଙ୍କା ନଦୀ ଉପରେ ଚାରି ଲେନ ବିଶିଷ୍ଟ ନୂଆ ୨୮.୯୩ କିମି ସେତୁ ନିର୍ମାଣ ଏବଂ ୧୧୧୦.୨୩  କୋଟି ଟଙ୍କା ଖର୍ଚ୍ଚରେ ଏନଏଚ-୧୩୧ ବିରେ ଗଙ୍ଗା ନଦୀ ଜପରେ ଚାରି ଲେନ ବିଶିଷ୍ଟର ୪,୪୫୫ କିମି ନୂଆ ସେତୁ (ବର୍ତ୍ତମାନର ବିକ୍ରମଶୀଳ ସେତୁ ସହ ସମାନ୍ତରାଳ ଭାବେ) ନିର୍ମାଣ ଆଦି ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ସାମିଲ ରହିଛି।

ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା : ଏହା ଏକ ସମ୍ମାନଜନକ ପ୍ରକଳ୍ପ ଯାହାକି ବିହାରର ୪୫,୯୪୫ଟି  ଗ୍ରାମରେ ଡିଜିଟାଲ ବିପ୍ଳବ ଆଣିବା ସହିତ ରାଜ୍ୟର ଦୂରବର୍ତ୍ତୀ କୋଣରେ ଇଣ୍ଟରନେଟ ସେବା ପହଞ୍ଚାଇବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ଟେଲିକମ ବିଭାଗ ଏବଂ ଜନ ସେବା କେନ୍ଦ୍ର (ସିଏସସି)ର ମିଳିତ ଉଦ୍ୟମକ୍ରମେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ବିହାରର କୋଣଅନୁକୋଣରେ ୩୪,୮୨୧ ଟି  ସିଏସସି କେନ୍ଦ୍ର ରହିଛି। ସେମାନେ ଏହି ଶ୍ରମଶକ୍ତିକୁ କେବଳ ପ୍ରକଳ୍ପର କାର୍ଯ୍ୟକାରିତାରେ ବିନିଯୋଗ କରିବେ ନାହିଁ ବରଂ ବିବହାର ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କ ନିକଟରେ ଅପ୍ଟିକାଲ ଫାବର ଇଣ୍ଟରନେଟ ସେବା ପହଞ୍ଚାଇବା ନିମନ୍ତେ ଏହାକୁ ପେସଦାର ଢଙ୍ଗରେ କାର୍ଯ୍ୟକାରୀ କରିବେ। ଏହି ପ୍ରକଳ୍ପରେ ୧ ୱାଇ-ଫାଇ ଏବଂ ୫ଟି ମାଗଣା ସଂଯୋଗ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡ଼ି, ଆଶାକର୍ମୀ, ଜୀବିକା ଦିଦି ଆଦି ସରକାରୀ ସଂସ୍ଥାକୁ ଯୋଗାଇ ଦିଆଯିବ।

ଏହି ପ୍ରକଳ୍ପ ଗୋଟିଏ ବଟନ କ୍ଲିକରେ ଇ-ଶିକ୍ଷାଦାନ, ଇ-କୃଷି, ଟେଲି ମେଡ଼ିସିନ, ଟେଲି-ଆଇନ ସେବା ଏବଂ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ବିହାରର ସମସ୍ତ ନାଗରିକମାନଙ୍କ ନିକଟରେ ପହଞ୍ଚାଇପାରିବ।

Comments are closed.