ଦିଲ୍ଲୀ ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର : ବେକାରଙ୍କୁ ଦିଆଯିବ ଭତ୍ତା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ଏହାର ଇସ୍ତାହାର ପ୍ରକାଶ କରିଛି। ଇସ୍ତାହାରରେ କଂଗ୍ରେସ ଘୋଷଣା କରିଛି ଯେ ଦଳ କ୍ଷମତାକୁ ଆସିଲେ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ବେକାରୀ ଭତ୍ତା ଦିଆଯିବ। ସ୍ନାତକ ଡିଗ୍ରୀଧାରୀଙ୍କୁ ମାସିକ ୫ହଜାର ଓ ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କୁ ମାସିକ ୭,୫୦୦ଟଙ୍କା ଭତ୍ତା ଦିଆଯିବ। ଯୁବ ସ୍ବାଭିମାନ ଯୋଜନା ଅଧୀନରେ ଏହି ଭତ୍ତା ଦିଆଯିବ। ସେହିପରି ‘ନୟା’ ଯୋଜନାରେ ଗରିବ ପରିବାରକୁ ବାର୍ଷିକ ୭୨,୦୦୦ ଟଙ୍କା କ୍ୟାସବ୍ୟାକ ଦିଆଯିବ। ସେହିପରି ବରିଷ୍ଠ ନାଗରିକଙ୍କୁ ମାଗଣା ବସ ଯାତ୍ରା ସୁବିଧା, ଇନ୍ଦିରା କ୍ୟାଣ୍ଟିନ ମାଧ୍ୟମରେ ୧୫ଟଙ୍କାରେ ରିଆତି ଖାଦ୍ୟ ଓ ମାସିକ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଇ ଦିଆଯିବ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଟ୍ରାନ୍ସଜେଣ୍ଡରଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ଦିଆଯିବ।

Comments are closed.