ନେତାଜୀଙ୍କ ଜନ୍ମଦିନକୁ ’ପରାକ୍ରମ ଦିବସ’ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ’ପରାକ୍ରମ ଦିବସ’ ଦିନ ଭାବରେ ପାଳନ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ।

ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନେତାଜୀଙ୍କ ନିସ୍ୱାର୍ଥପର ସେବା ତଥା ଦେଶ ପ୍ରତି ସମ୍ମାନକୁ ମନେ ରଖିବା ପାଇଁ ଭାରତ ସରକାର ପ୍ରତିବର୍ଷ ୨୩ ଜାନୁଆରୀକୁ ପରାକ୍ରମ ଦିବସ ଭାବରେ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସମୟରେ ନେତାଜୀ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିଥିଲେ।

Comments are closed.