ସଡ଼କ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର, ପତ୍ନୀ ଓ ସହଯୋଗୀ ମୃତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଅଙ୍କୋଲାରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଶ୍ରୀପଦ ନାଏକଙ୍କ ପତ୍ନୀ ଓ ତାଙ୍କର ଜଣେ ସହଯୋଗୀଙ୍କର ମୃତ୍ୟୁ ଘଟିଛି। ତେବେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀପଦ ନାଏକଙ୍କୁ ଗୋଆ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଶ୍ରୀପଦ ନାଏକଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି।

 

 

Comments are closed.