ସାଉଦି ଆରବ ଓ ୟୁଏଇ ଯିବେ ଜେନେରାଲ ନରବଣେ

ନୂଆଦିଲ୍ଲୀ: ଭାରତର ସ୍ଥଳସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଆସନ୍ତା ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଓ ସାଉଦି ଆରବ ଗସ୍ତରେ ଯିବେ। ଭାରତର କୌଣସି ସେନାଧ୍ୟକ୍ଷ ଭାବେ ଏହି ଗସ୍ତ ପ୍ରଥମ। ସପ୍ତାହ ବ୍ୟାପୀ ଗସ୍ତ ଭାରତ ଓ ପଶ୍ଚିମ ଏସିଆର ଏହି ଦୁଇ ପ୍ରମୁଖ ଆରବ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ନିବିଡ଼ କରିବା ପାଇଁ ଉଦ୍ଦିଷ୍ଟ। ନରବଣେ ୬ରୁ ୮ ପର୍ଯ୍ୟନ୍ତ ସାଉଦି ଆରବ ଗସ୍ତ କରିବେ। ଏହା ପରେ ୟୁଏଇ ଯିବେ। କିଛି ଦିନ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ୟୁଏଇ ଗସ୍ତରୁ ଫେରିଥିବାବେଳେ ନରବେଣଙ୍କ ଗସ୍ତକୁ ଗୁରୁତ୍ବର ସହ ନିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ କରୋନା ସ୍ଥିତି ମଧ୍ୟରେ ରବ​‌େ​‌ଣଙ୍କର ଏହା ହେବ ତୃତୀୟ ବିଦେଶ ଗସ୍ତ। ପୂର୍ବରୁ ଦେ ମ୍ୟାଁମାର ଓ ନେପାଳ ଯାଇଥିଲେ।

Comments are closed.