ସ୍କୁଲ ବସ ଦୁର୍ଘଟଣା, ୧୨ ଛାତ୍ରଛାତ୍ରୀ ଆହତ

0

ନୂଆଦିଲ୍ଲୀ: ଦିଲ୍ଲୀ ନୋଏଡା ନିକଟରେ ଶନିବାର ସକାଳେ ଏକ ସ୍କୁଲ ବସ ଦୁର୍ଘଟଣା ଘଟିଛି । ବସଟି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ନୋଏଡା ସେକ୍ଟର ୧୬ରେ  ଥିବା ଖୁଣ୍ଟ ସହ ଧକ୍କା ହୋଇଥିଲା।  ଫଳରେ ବସରେ ଥିବା ୧୨ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଖରେ ଥିବା କୈଳାସ ହସ୍‌ପିଟାଲ୍ ରେ ଭର୍ତ୍ତି କରାଯାଇଛି । ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟର୍‌ଙ୍କ ଅବସ୍ଥା ସଙ୍କଟପନ୍ନା ଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ବସଟି  ନୋଏଡ଼ାସ୍ଥିତ ଏପିଜେ ସ୍କୁଲ୍‌ର ଏବଂ ଏଥିରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ । ବସଟି ରଜନୀଗନ୍ଧା ଛକ ନିକଟରେ ଥିବା ଏକ ପୋଲ ତଳ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

Leave A Reply