ଭୁବନେଶ୍ଵର ଓ କଟକ ପାଇଁ ନୂଆ ଡିସିପି

ଭୁବନେଶ୍ଵର: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ଦ୍ଵୈତନଗରୀ ଭୁବନେଶ୍ଵର ଏବଂ କଟକର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ପୁରୀ ଏସପି ଉମାଶଙ୍କର ଦାସଙ୍କୁ ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଅଖିଳେଶ୍ଵର ସିଂହଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ ଦାୟିତ୍ଵ ଦିଆଯାଇଛି। ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କଟକ ଡିସିପି ଥିବା ଅଖିଳେଶ୍ଵର ସିଂହଙ୍କୁ ପୁରୀ ଏସପି ଭାବେ ନିଯୁକ୍ତ କରାଯାଇଛି।

Comments are closed.