ଦିଲ୍ଲୀରେ ଲାଗୁ ହେଲା କୋଭିଡ କଟକଣା: ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ସିନେମା ହଲ ଏବଂ ଜିମ୍‍

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ଦିଲ୍ଲୀ ସରକାର ପୁନର୍ବାର କୋଭିଡ କଟକଣା ଲାଗୁ କରିଛନ୍ତି । ଏଥିପାଇଁ ସମୁଦାୟ ଦିଲ୍ଲୀରେ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ନୂଆ କଟକଣା ଅନୁଯାୟୀ ଦିଲ୍ଲୀରେ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ ଏବଂ ଜିମ୍‍ ଆଦି ବନ୍ଦ ରହିବ । ବିବାହ ଉତ୍ସବ ଏବଂ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୦ଜଣ ଯୋଗଦେବାକୁ ଅନୁମତି ଦିଆଯାଇଛି । ଏଥିସହିତ ମେଟ୍ରୋ ଟ୍ରେନ, ବସ ଏବଂ ରେଷ୍ଟୁରାଣ୍ଟଗୁଡିକ ତାହାର କ୍ଷମତାର ୫୦% ଲୋକଙ୍କୁ ଅନୁମତି ଦେବ । ମେଟ୍ରୋ ଟ୍ରେନଗୁଡିକରେ ଛିଡାହୋଇ ଯାତ୍ରା କରିବାକୁ ଆଦୌ ଅନୁମତି ମିଳିବ ନାହିଁ ବୋଲି ଏହି କଟକଣା ନିର୍ଦ୍ଦେଶନାମାରେ କୁହାଯାଇଛି ।

Comments are closed.