ଫ୍ରାନ୍ସରେ ଚିହ୍ନଟ ହେଲା ‘ଇହୁ’, ଓମିକ୍ରନ୍ ଠାରୁ ଅଧିକ ଶକ୍ତିଶାଳୀ

ଫ୍ରାନ୍ସର ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ କୋଭିଡ-୧୯ର ଏକ ନୂତନ ପ୍ରକାର ଚିହ୍ନଟ କରିଛନ୍ତି। ଏହି ନୂତନ ପ୍ରକାରକୁ ‘ଇହୁ’ (IHU) ବୋଲି ନାମକରଣ କରାଯାଇଛି। କରୋନାର ଏହି ନୂତନ ପ୍ରକାରଟି ଓମିକ୍ରନ୍ ଅପେକ୍ଷା ଅଧିକ ପରିବର୍ତ୍ତନ ହୋଇଥିବା ଷ୍ଟ୍ରେନ୍ ବୋଲି କୁହାଯାଇଛି। ଫ୍ରାନ୍ସର ମାର୍ସେଲ୍ସରେ ଇହୁ ସଂକ୍ରମଣ ହୋଇଥିବା ୧୨ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଏହା ଆଫ୍ରିକୀୟ ଦେଶ କାମେରୁନ ସହ ସମ୍ପର୍କିତ ଥିବା କୁହାଯାଇଛି।

ପରୀକ୍ଷାରୁ ଜଣାପଡିଛି ଯେ ଏଥିରେ ୪୬ଟି ମ୍ୟୁଟେସନ୍ ରହିଛି, ଯାହା ଓମିକ୍ରନ୍ ଠାରୁ ଅଧିକ ଶକ୍ତିଶାଳୀ। ଫରାସୀ ଅନୁସନ୍ଧାନକାରୀମାନେ କହିଛନ୍ତି, କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ଇହୁ ଅଧିକ ଶକ୍ତିଶାଳୀ। ସେଠାକାର କିଛି ଲୋକଙ୍କ ଠାରେ କାମେରୁନ୍ ଯାତ୍ରା ପରେ ଏହି ଲକ୍ଷଣ ଦେଖାଯାଇଛି।

Comments are closed.