ହାଇଦ୍ରାବାଦ ଗବେଷକ ଠାବ କଲେ କରୋନାର ଘାତକ ଷ୍ଟ୍ରେନ; ଇଣ୍ଡୋନେସିଆରୁ ଆସିଛି ଭାରତ

ହାଇଦ୍ରାବାଦ: ବର୍ତମାନ ସୁଦ୍ଧା ସାରା ବିଶ୍ବରେ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଥିବା କରୋନା ଭୂତାଣୁର ଏକ ନୂଆ ତଥା ଅଧିକ ଘାତକ ଷ୍ଟ୍ରେନକୁ ଠାବ କରିଛନ୍ତି ହାଇଦ୍ରାବାଦର ସ୍ବାସ୍ଥ୍ୟ ଗବେଷକ । ଏହାର ନାମକରଣ ଏ୩ଆଇ କରାଯାଇଛି ଏବଂ ଉତ୍ତରପ୍ରଦେଶ, ଦିଲ୍ଲୀ, ମହରାଷ୍ଟ୍ର ସହ ଦେଶର କିଛି ଅଞ୍ଚଳରେ ଏହି ଷ୍ଟ୍ରେନର ନମୁନା ମିଳିଥିବା ବିଶେଷଜ୍ଞ ଦାବି କରିଛନ୍ତି ।

ହାଇଦ୍ରାବାଦର ବୈଜ୍ଞାନିକମାନଙ୍କ ଦ୍ବାରା ଠାବ କରାଯାଇଥିବା ଏହି ଷ୍ଟ୍ରେନ୍ ପ୍ରାୟ କରୋନା ଏ୨ଏ ଷ୍ଟ୍ରେନ୍ ସହ ସମାନ। ବିଶେଷଜ୍ଞମାନଙ୍କ ତଥ୍ୟ ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁର ୬୪୦ ଜିଲାରେ ଠାବ କରାଯାଇଛି । ମେ ୨୫ ତାରିଖ ମଧ୍ୟରେ ଏକତ୍ରିତ ୩୬୧ ଜିଲାମଧ୍ୟରୁ ମଧ୍ୟରୁ ୨୧୩ ଜିଲାରେ ଉତ୍ତମ ଗୁଣ ନିମନ୍ତେ ଚିହ୍ନଟ କରାଯାଇଛି । ଏହି ସବୁ ଜିନୋମକୁ ଦେଶର ୭ ବଡ଼ ଅନୁସନ୍ଧାନ କେନ୍ଦ୍ରରେ ଏକତ୍ରିତ କରାଯାଇଛି । ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଏଣ୍ଡ ମୋଲେକ୍ୟୁଲାର ବାୟୋଲୋଜି ସିସିଏମବିର ନିର୍ଦେଶକ ରାକେଶ ମିଶ୍ର କହିଛନ୍ତି ଯେ କରୋନାର ୫ ମ୍ୟୁଟେସନ ସମ୍ପର୍କରେ ଭାରତୀୟ ବୈଜ୍ଞାନିକଙ୍କ ପାଖରେ ସୂଚନା ରହିଥିଲା । ମାତ୍ର ଅଧ୍ୟୟନରୁ କରୋନାର ଷଷ୍ଠ ମ୍ୟୁଟେସନର ପତ୍ତାମିଳିଛି । ୨୧୩ ଜିଲା ମଧ୍ୟରୁ ୬୨ ଜିଲାରେ ମିଳିଥିବା ଏ୩ଏ ଷ୍ଟ୍ରେନ୍ କେତେ ପ୍ରଭାବଶାଳୀ ତାହା କେହି ଜାଣି ପାରିନାହାନ୍ତି । ଏଥିପାଇଁ ତାମିଲନାଡ଼ୁ, ତେଲଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ ଗୁଜରାଟର କିଛି ଡ଼ାକ୍ତରଖାନାରୁ ଏହାର ନମୁନା ମଗାଯାଇଛି । ଏହାର ଅଧ୍ୟୟନ ପରେ ଏହା କେତେ ଶକ୍ତିଶାଳୀ ତାହା ଜଣାପଡ଼ିବ ।

ଷ୍ଟ୍ରେନ୍ ଏ୨ଏ ଓ ଏବେ ମିଳିଥିବା ଏ୩ଆଇ ଷ୍ଟ୍ରେନ୍ ଦ୍ବାରା ଦେଶର ବେଶୀ ଲୋକ ପ୍ରଭାବିତ ହୋଇଛନ୍ତି । ସିସିଏମବି ଅଧ୍ୟୟନ ଅନୁସାରେ ବିହାର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ଏ୩ଆଇ ଷ୍ଟ୍ରେନ୍ ମିଳିଛି । ଅନ୍ୟପକ୍ଷରେ ଓଡ଼ିଶା, ରାଜସ୍ଥାନ, ଜାମ୍ମୁକାଶ୍ମୀର ଆଦି ରାଜ୍ୟରେ କରୋନା ଭୂତାଣୁର ଷ୍ଟ୍ରେନ୍ ଭିନ୍ନବୋଲି ଡ଼ାକ୍ତର ମିଶ୍ର କହିଛନ୍ତି ।

ଲକ୍ଡ଼ାଉନ ପୂର୍ବରୁ ଭାରତ ଆସିଛି ୮ଟି ଷ୍ଟ୍ରେନ୍ 

ଡ଼ାକ୍ତର ରାକେଶ ମିଶ୍ରଙ୍କ ସୂଚନା ଅନୁୁସାରେ ଏହି ଏ୩ଆଇ ଷ୍ଟ୍ରେନ୍ ଏକ ଭିନ୍ନ ଷ୍ଟ୍ରେନ୍ । ଏହା ଲକ୍ଡ଼ାଉନ ପୂର୍ବରୁ ମାର୍ଚ ମାସରେ ଭାରତ ଆସିଛି । ଏହା ଦେଶରେ ସବୁଠାରୁ ଅଧିକ ମିଳିଥିବା କରୋନା ଷ୍ଟ୍ରେନ୍ ମଧ୍ୟରେ ଦ୍ବିତୀୟ । ପାଖାପାଖି ୪୧% ସଂକ୍ରମିତଙ୍କ ଶରୀରରେ ଏହି ଷ୍ଟ୍ରେନ୍ ମିଳିଛି । ଏହା ପୂର୍ବରୁ ୟୁରୋପ ଓ ଇଟାଲୀ ରାସ୍ତା ଦେଇ ଏ୨ଏ ଷ୍ଟ୍ରେନ୍ ଭାରତ ଆସିଥିଲା । ପାଖାପାଖି ୪୫% ରୋଗୀଙ୍କ ଶରୀରରେ ଏ୨ଏ ଷ୍ଟ୍ରେନ୍ ମିଳିଛି । ଏହି ଦୁଇ ଷ୍ଟ୍ରେନ୍ ମିଳିତ ଭାବରେ ୮୬% ରୋଗୀଙ୍କଠାରେ ଠାବ ହୋଇଛି । ତେବେ ଏ୨ଏ ଷ୍ଟ୍ରେନ୍ ତୁଳନାରେ ଏ୩ଆଇ ଷ୍ଟ୍ରେନ୍ ଅଧିକ ଘାତକ ଓ ତୀବ୍ର ।

୨୧୩ ଜିଲାରେ ଏ୩ଆଇ ଷ୍ଟ୍ରେନ୍ ଠାବ 

ଦେଶର ୧୬ ରାଜ୍ୟରେ ୨୧୩ ଜିଲାରେ ଏ୩ଆଇ ଷ୍ଟ୍ରେନ୍ ମିଳିଥିବା ଡ଼ାକ୍ତର ମିଶ୍ର କହିଛନ୍ତି । ଦେଶରୁ ସଂଗୃହୀତ ନମୁନା ମଧ୍ୟରୁ ଏହା ଜଣାପଡ଼ିଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଷ୍ଟ୍ରେନ୍ ଯୁବବର୍ଗର ସଂକ୍ରମିତଙ୍କଠାରେ ଅଧିକ ଦେଖିବାକୁ ମିଳିଛି । ଗତ ମାର୍ଚ ୧୬ ତାରିଖରେ ଇଣ୍ଡୋନେସିଆର ଜଣେ ନାଗରିକଙ୍କଠାରେ ଏ୩ଆଇ ଷ୍ଟ୍ରେନ୍ ମିଳିଥିଲା । ଏହାପରେଦେଶର ୬ ରାଜ୍ୟରୁ ଏ ସମ୍ପର୍କରେ ସୂଚନା ମଗାଯାଇଥିଲା । ୬ ରାଜ୍ୟରୁଆସିଥିବା ନମୁନା ମଧ୍ୟରୁ ୪ ରାଜ୍ୟରେ ଏ୩ଆଇ ଷ୍ଟ୍ରେନ୍ ମିଳିଥିଲା ।

Comments are closed.