ସୋନପୁର ସହରର ଠାକୁରାଣୀ ପଡ଼ା ହେଲା କଣ୍ଟେନମେଣ୍ଟ ଜୋନ

 ସୁବର୍ଣ୍ଣପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।ପୂର୍ବରେ ପରିବହନ କାର୍ଯ୍ୟାଳୟ, ପଶ୍ଚିମରେ ସାକ୍ଷୀ ସେଣ୍ଟର, ଉତ୍ତରରେ ଲୁଲୁ ପଡିଆ ଓ ଦକ୍ଷିଣରେ ଠାକୁରାଣୀ ମନ୍ଦିର ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏଠାରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଗାମୀ ୧୦ଦିନ ପାଇଁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ଏଥିସହ ପାଞ୍ଚ ଜଣ ଅଧିକାରୀଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦେଇଛନ୍ତି ।

 ଆଇନ ଶୃଙ୍ଖଳା ପାଇଁ ତହସିଲଦାର ଅରବିନ୍ଦ ବେହେରା, ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଏସଡିଏମଓ ରମେଶ ଚନ୍ଦ୍ର ସ୍ବାଇଁ, ଦୈନିକ ଜରୁରୀ ସାମଗ୍ରୀ ପାଇଁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁର୍ୟାଂଶୁ ରୁଟ ଓ ତଦାରଖ କରିବା ପାଇଁ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.