କଂଟାବାଞ୍ଜି କେ.ଭି.କଲେଜରେ ନୂତନ ଶ୍ରେଣୀ ଗୃହ ଉଦଘାଟିତ

କଂଟାବାଂଜି: କଂଟାବାଞ୍ଜି କେ.ଭି.କଲେଜର ଏକ ନୂତନ ଶ୍ରେଣୀ ଗୃହ ଟିଟିଲାଗଡ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟୀ ସୋମେଶ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ଏବଂ କଲେଜ ଉନ୍ନତି କରଣ ଫଣ୍ଡରୁ ପ୍ରାୟ ୧୦ ଲକ୍ଷ ଟଙ୍କାରେ ଏହି ଶ୍ରେଣି ଗୃହ ନିର୍ମାଣ ହୋଇଥିବା ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ଦ୍ୱାରାକହିଛନ୍ତି।

ଉପଜିଲ୍ଲାପାଳ କଲେଜର ଭିତିଭୂମି ବୁଲି ଦେଖିବା ସହ ଅଧ୍ୟାପକ ଅଧ୍ୟାପିକା ଓ କଲେଜର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କଲେଜ ବିଷୟରେ ଏକ ରିପୋର୍ଟ ଉପସ୍ଥାପନ କରିବା ସହ କେତେକ ଅସୁବିଧା ଅଧ୍ୟକ୍ଷ ଶ୍ରୀ ମିଶ୍ର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳଙ୍କୁ କେ.ଭି. କଲେଜ ପରିବାର ତରଫରୁ ଏକ ସ୍ମୃତିଚିହ୍ନ ବରିଷ୍ଟ ପ୍ରଧ୍ୟାପକ ଦିନବନ୍ଧୁ କର ପ୍ରଦାନ କରିଥିଲେ।

Comments are closed.