ଭଞ୍ଜବିହାର ଫାଣ୍ଡିର ନୂତନ କୋଠା ଉଦଘାଟିତ

ଗୋପାଳପୁର: ଗୋପାଳପୁର ଥାନା ଅଧୀନରେ ରହିଥିବା ଭଞ୍ଜବିହାର ଫାଣ୍ଡିର ନୂତନ କୋଠାକୁ ସୋମବାର ପୁଲିସ ମହାନିର୍ଦ୍ଦେଶକ ଅଭୟ ଉଦଘାଟନ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ସଜର ଏସଡିପିଓ ଜୟନ୍ତ ମହାପାତ୍ର, ଗୋପାଳପୁର ଥାନା ଆଇଆଇସି ମାଧବାନନ୍ଦ ନାୟକ, ଭଞ୍ଜବିହାର ଫାଣ୍ଡି ଅଧିକାରୀ ଏସ ଶଙ୍କର ରାଓ, ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି, କରାପଲ୍ଲୀ ସରପଞ୍ଚ ଏସ ମେନେକା ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସନ୍ନିକଟରେ ଏକ‌ ପୁରୁଣା ଆଜେବେଷ୍ଟସ ଘରେ ଦୀର୍ଘ ବର୍ଷ ଧରି ଚାଲୁଥିବା ଫାଣ୍ଡି ନିମନ୍ତେ ଗତବର୍ଷ ନୂତନ କୋଠା ନିର୍ମାଣ ନିମନ୍ତେ ଅନୁଦାନ ଆସିବା ପରେ ଏହାକୁ କରାପଲ୍ଲୀଠାରେ ନିର୍ମାଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କରାପଲ୍ଲୀ ଗ୍ରାମ୍ୟ ତେଲୁଗୁ ମୁଖ୍ୟ ଏ.ସିମାଦ୍ରୀ, ଓଡିଆ ସମାଜ ମୁଖ୍ୟ ସୁବାଷ ସାହୁ, ଏନ.ମୋହନ ରାଓ, କେ.ବାମନ ଆଚାରୀ, କେ.ମୋହନ ରାଓ ପ୍ରମୁଖ ଉପସ୍ଥିତ ରହିବା ସହ ଡିଜିପି ଅଭୟଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇଥିଲେ।

Comments are closed.