ମାଟି ତଳୁ ଶୁଭିଲା କାନ୍ଦର ଶବ୍ଦ ; ଉଦ୍ଧାର ହେଲା ନବଜାତ

ଝାଡ଼ଖଣ୍ଡ : କଥାରେ ଅଛି ରଖେ ହରି ତ ମାରେ କିଏ ? ଏହା ଯେତେବେଳେ ବାସ୍ତବରେ ଘଟେ ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ହିଁ ଏକ ଘଟଣା ଝାଡ଼ଖଣ୍ଡରେ ଲୋହରଦଗା ଜିଲାର। ଏଠାରେ ଏକ ଶିଶୁକୁ ମାଟି ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଲୋହରଦଗାର କୁୁଡ଼ୁ ଥାନା କ୍ଷେତ୍ରର। ଶନିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ସ୍ଥାନରେ ଯାଉଥିବା ଜଣେ ବ୍ୟକ୍ତି ଛୋଟ ପିଲାର କାନ୍ଦ ଶୁଣିବାକୁ ପାଇଥିଲେ। ସେଠାରେ ସେ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଗଲେ। ସେ ଦେଖିଲେ ଏକ ନବଜାତ ମାଟି ତଳେ ପୋତି ହୋଇ ରହିଛି।
ସେ ତୁରନ୍ତ ନିକଟରେ ଥିବା ଲୋକଙ୍କୁ ଡ଼ାକି ପ୍ରଶାସନ ଓ ପୁଲିସକୁ ଖବର ଦେଇଥିଲେ। ଶିଶୁଟି ଉପରୁ ସମସ୍ତ ମାଟିକୁ ଗୁଡ଼ିକୁ କାଢିଥିଲେ। ପିଲାଟିକୁ ସୁସ୍ଥ ଭାବରେ ଉଦ୍ଧାର କରାଯାଇଛି।  ବର୍ତମାନ ଶିଶୁଟି ସୁସ୍ଥ ରହିଥିବା ଜଣାପଡ଼ିଛି।
ଗ୍ରାମବାସୀ  ମାଟି ତଳୁ ପିଲାଟିକୁ ଉଦ୍ଧାର କରି ପୁଲିସ ଓ ଶିଶୁ ବିଭାଗ ସଂସ୍ଥାକୁ ଖବର ଦେଇଥିଲେ।
ଲୋକେ ଏହା ଚର୍ଚ୍ଚା କରିଥିଲେ ଯେ କିଏ ଏଭଳି ଅମାନୁସିକ କାର୍ଯ୍ୟ କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.