୬ ଦିନରେ ୧୫ ନବଜାତଙ୍କ ମୃତ୍ୟୁ, ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ

0

ଜୋରହଟ: ଆସାମର ଜୋରହଟ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୧ରୁ ୬ ନଭେମ୍ବର ମଧ୍ୟରେ ଅତି କମରେ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାର ତଦନ୍ତ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ହସ୍ପିଟାଲକୁ ପଠାଇଛନ୍ତି । ଶୁକ୍ରବାର ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଛନ୍ତି ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବି​‌ଶେଷ ଦେଖାଶୁଣାରେ ଏହି ୬ ଦିନ ମଧ୍ୟରେ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି । ହେଲେ ଏଥିପାଇଁ ଚିକିତ୍ସା ଅବହେଳା ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଏହାର କାରଣ ନୁହେଁ ବୋଲି ଜେମସିଏଚ ର ଅଧ୍ୟକ୍ଷକ ସୌରଭ ବୋରକାକୋଟୀ ଦାବି କରିଛନ୍ତି । ସୌରଭ ବୋରକାକୋଟୀଙ୍କ କହିବା ଅନୁଯାୟୀ, ଏହାର କାରଣ ରୋଗୀ କେଉଁ ଅବସ୍ଥାରେ ହସ୍ପିଟାଲ ପହଞ୍ଚୁଛି ତାହା ଉପରେ ନିର୍ଭର କରେ । ଦୀର୍ଘ ସମୟ ଯନ୍ତ୍ରଣା ପରେ ଗର୍ଭାବତୀଙ୍କୁ ହସ୍ପିଟାଲକୁ ଅଣାଯିବା ବା ଶିଶୁର ଓଜନ କମ୍ ହେବା ନବଜାତ ଶିଶୁ ମୃତ୍ୟୁର ମୁଖ୍ୟ କାରଣ ହୋଇପାରେ । ତେବେ ଏହାର ତଦନ୍ତ ପାଇଁ ହସ୍ପିଟାଲ ପ୍ରଶାସନ ପକ୍ଷରୁ ୬ ଜଣିଆ ଏକ ଦଳ ଗଠନ କରାଯାଇଛି । ରିପୋର୍ଟ ଆସିଲା ପରେ ଏନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply