ରାସ୍ତାକଡରେ ୨ ନବଜାତଙ୍କ ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲା ଅନ୍ତର୍ଗତ ବଅଁରପାଳ ମହୀଧରପୁର ଉପରସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଖବର ମିଳିଛି। ଉପରସାହି ରାସ୍ତାକଡରେ ୨ ନବଜାତଙ୍କ ମୃତଦେହ ଠାବ କରାଯାଇଛି। ରାସ୍ତାକଡରେ ୨ ମୃତଦେହ ପଡିରହିଥିବା ବେଳେ ନିକଟରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.