ସଂଜୟ କୁମାର ସିଂହ ହେଲେ ବିଏମସିର ନୂତନ କମିସନର

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ବଦଳିଛନ୍ତି। ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବଦଳି ହୋଇ ତାଙ୍କ ବଦଳରେ ୧୯୯୭ ବ୍ୟାଚ ଆଇଏଏସ ସଂଜୟ କୁମାର ସିଂହ ହେଲେ ନୂତନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି। ଏହାସହ ସଂଜୟ କୁମାର ସିଂହଙ୍କୁ କମିସନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ପ୍ରେମଚାନ୍ଦ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ(ଜିଏ) ବିଭାଗର ଓଏସଡି ଭାବେ ନୂଆ ନିଯୁକ୍ତି ମିଳିଛି। ଆଇଏଏସ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଡ କ୍ରିଷନ କୁମାରଙ୍କୁ ଇଡ୍‍କୋର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି।

 

Comments are closed.