ସୁକେଶ୍ୱର ମଢେଇ ହେଲେ ଗୋପବନ୍ଧୁ ନଗର ବ୍ଲକର ନୂତନ ଅଧ୍ୟକ୍ଷ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷାଙ୍କ ମୃତ୍ୟର ୭ମାସ ପରେ ବୁଧବାର ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବିଜେଡ଼ିର ରାଣୀବନ୍ଧ ସମିତି ସଭ୍ୟ ସୁକେଶ୍ୱର ମଢେଇ ଏକମାତ୍ର ପ୍ରାର୍ଥୀ ଭାବେ ଆବେଦନ କରିଥିବା ବେଳେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ୭ ମାସ ପୂର୍ବରୁ ବ୍ଲକ୍ ଅଧ୍ୟକ୍ଷା ପଦରେ ଥିବା ଅଞ୍ଜୁ ଖଣ୍ଡେଇଙ୍କର ପ୍ରସବ ସମୟରେ ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗ ପରେ ଏହି ପଦ ଖାଲି ପଡ଼ିଥିବା ବେଳେ ଉପାଧ୍ୟକ୍ଷ ମାନସ ରଞ୍ଜନ ମହାରଣା ଦାୟିତ୍ବ ତୁଲାଉଥିଲେ।

Comments are closed.