ରାଜ୍ୟରେ ନୂଆ ୯୮୮୯ କୋଭିଡ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ଗୋଟିଏ ଦିନରେ ୧୧୩୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି।
ସେହିଭଳି ଅନୁଗୁଳରୁ ୪୪୩, ବାଲେଶ୍ୱର ୧୫୧, ବରଗଡ ୪୮୩, ଭଦ୍ରକ ୫୨, ବଲାଙ୍ଗୀର ୩୨୬, ବଉଦ ୧୨୯, କଟକରୁ ୭୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେବଗଡରୁ ୭୪, ଡେଙ୍କାନାଳରୁ ୯୦, ଗଜପତି ୧୧୭, ଗଞ୍ଜାମ ୩୧୦, ଜଗତସିଂହପୁର ୩୮୬, ଯାଜପୁର ୨୮୨, ଝାରସୁଗୁଡାରୁ ୩୮୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତକାଲି ଗୋଟିଏ ଦିନରେ କଳାହାଣ୍ଡିରୁ ୪୧୪, କେନ୍ଦୁଝର ୧୯୫, କନ୍ଧମାଳ ୫୨, କେନ୍ଦ୍ରାପଡା ୧୩୩, କୋରାପୁଟ ୯୪, ମାଲକାନଗିରିରୁ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବରେ ମୟୁରଭଞ୍ଜ ୨୪୩, ନବରଙ୍ଗପୁର ୪୧୪, ନୟାଗଡ ୨୨୩, ନୂଆପଡା ୩୩୫, ପୁରୀ ୪୩୬, ରାୟଗଡା ୧୨୯, ସମ୍ବଲପୁର ୪୭୦, ସୋନପୁରରୁ ୧୫୮ଜଣ ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୁଲରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ମୋଟ ୧୦୩୧୯୧୦୪ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪୮୯୬୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୧୦୨୨୭ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ରାଜ୍ୟରେ ସଂପ୍ରତି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୭୨୫୭ ରହିଛି।

Comments are closed.