୧୬ ଟି ଜିଲ୍ଲାରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ; ଆଉ ଜଣେ ମୃତ

ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫୬ରେ ପହଞ୍ଚିଲା

ଭୁବନେଶ୍ଵର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୫ କରୋନା ଆକ୍ରାନ୍ତ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଛି । ସେହିପରି କରୋନାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ମୃତକଙ୍କୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି ।

ରାଜ୍ୟରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗଞ୍ଜାମ ଜିଲାର । ତାଙ୍କର ବୟସ ୫୫ ବର୍ଷ । ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କୁ କୋବିଦ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ତେବେ ସେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଅପରପକ୍ଷରେ ଆଜି ଚିହ୍ନଟ ୭୫ ଜଣ ରାଜ୍ୟର ୧୬ ଜିଲାରୁ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ଖୋର୍ଧା ଓ ସୁନ୍ଦରଗଡ଼ ଜିଲାର ହୋଇଥିବା ସୂଚନା ମିଳିଛି । ଏହି ଦୁଇ ଜିଲାରୁ ୧୮ ଜଣ ଲେଖାଏଁ ସଂକ୍ରମିତ ଠାବ ହୋଇଥିବାବେଳେ  ଯାଜପୁରରୁ  ୭, କଟକ ଓ ବଲାଙ୍ଗିରରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୪, ସୋନପୁର ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ, ଅନୁଗୋଳ, ଢ଼େଙ୍କାନାଳ, କୋରାପୁଟ, ଜଗତସିଂହପୁରରୁ ୨ ଜଣ ଲେଖାଏଁ ଅଛନ୍ତି । ନୂଆପଡ଼ା, ପୁରୀ, ଗଞ୍ଜାମ ଓ କେନ୍ଦୁଝରରୁ ଜଣେ ଲେଖାଏ ନୂଆ ସଂକ୍ରମିତ ଠାବ ହୋଇଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

Comments are closed.