କୋଭିଡ଼୍‌-୧୯: ରାଜ୍ୟରେ ୭୦ ନୂଆ ମାମଲା

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୧ଜଣ ଓ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ରବିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ଅନୁଗୁଳରୁ ୧୧, ବାଲେଶ୍ବରରୁ ୬, ବରଗଡ଼ରୁ ୧, କଟକରୁ ୩, ଦେବଗଡ଼ରୁ ୨ଜଣ ରହିଛନ୍ତି। ସେହିପରି ଢ଼େଙ୍କାନାଳରୁ ୨, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୨, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୧୬, ପୁରୀରୁ ୧, ରାୟଗଡ଼ାରୁ ୨, ସମ୍ବଲପୁରରୁ ୩, ସୁନ୍ଦରଗଡ଼ରୁ ୧୨ଜଣ ଓ ଷ୍ଟେଟପୁଲରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାବତ ରାଜ୍ୟରୁ ୩୩୭୭୪୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୪୯୯୦ଜଣ ସୁସ୍ଥ ହୋଇଛନ୍ତି ଓ ୭୮୪ଟି ସକ୍ରିୟ ମାମଲା ରହିଛି।

Comments are closed.