ଆଉ ୭ଜଣ କରୋନା ପଜିଟିଭ୍‍ : ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

୧୯ଟି ଜିଲ୍ଲାରେ କରୋନା ପ୍ରଭାବ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ପଜିଟିଭ୍‍

ଭୁନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୭ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୧୮ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରୁ ଏହି ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ଜଣ ସୁନ୍ଦରଗଡର ଓ ୩ ଜଣ ଭଦ୍ରକର ବୋଲି ଜଣାପଡିଛି।

ଆକ୍ରାନ୍ତ ୧୧୮ଜଣଙ୍କ ମଧ୍ୟରୁ ୮୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୯ଟି ଜିଲ୍ଲାରେ କରୋନାର ପ୍ରଭାବ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବାବେଳେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ  ଜିଲ୍ଲାରେ ୧୯ ଲେଖାଏଁ  ଏବଂ ବାଲେଶ୍ୱର ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରାପଡା, ଓ କଳାହାଣ୍ଡି ଜିଲ୍ଲାରେ ଦୁଇଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କଟକ, ଢେଙ୍କାନାଳ, କୋରାପୁଟ,  ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬ ହଜାର ୬୮୭ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଯେଉଁଥିରୁ ୧୧୮ ପଜିଟିଭ ଚିହ୍ନଟ
ହୋଇଥିବା ଜଣାପଡିଛି।

Comments are closed.