ରାଜ୍ୟରେ ନୂଆ ୭ କରୋନା ସଂକ୍ରମିତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୮

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ଦୁଇ ଦିନ ଧରି ଅପରିବର୍ତ୍ତିତ ରହିଥିବାବେଳେ ଆଜି ଆଉ ୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୮ରେ ପହଂଚିଛି। ଗତକାଲି ସୁଦ୍ଧା ମୋଟ୍ ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୮ଟି ନମୁନା ପଜିଟିଭ୍ ଆସିଛି। ଏବେ ସକ୍ରିୟ ଭାବେ ୪୩ଜଣଙ୍କୁ ରାଜ୍ୟର ବିଭିନ୍ନ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୨୪ଜଣଙ୍କୁ ସୁସ୍ଥ ହେବା ପରେ ଡିସ୍ଚାର୍ଜ କରାଯାଇଛି। ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୭ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ପାଇଁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇ ପଠାଯାଇଛି। ସମ୍ପୃକ୍ତ ୭ ନୂଆ ସଂକ୍ରମିତଙ୍କ ନିକଟ ସଂପର୍କିୟମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।