ଦେଶରେ ନୂଆ ୩୭,୫୬୬ କରୋନା ସଂକ୍ରମିତ ଚିହ୍ନଟ; ୯୦୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୬୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗୋଟିଏ ଦିନରେ ୫୬,୯୯୪ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ଗୋଟିଏ ଦିନରେ ୯୦୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତକାଲି ସୁଦ୍ଧା ଦେଶରେ ମୋଟ ୨,୯୩,୬୬,୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ୫,୫୨,୬୫୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଇତିମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୯୭,୬୩୭କୁ ବୃଦ୍ଧିପାଇଛି ।

Comments are closed.