ଦେଶରେ ଦିନକରେ ୩,୩୨,୭୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୨୬୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୨,୭୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୨୬୩,୬୯୫କୁ ବୃଦ୍ଧିପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦେଶରେ ଅକ୍ସିଜେନ ଓ ଭେଣ୍ଟିଲେଟର ଅଭାବ ଭଳି କାରଣରୁ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୨୨୬୩ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ କୋଭିଡ ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ୧,୮୬,୯୨୮କୁ ବୃଦ୍ଧିପାଇଛି। ଦେଶରେ  ସମ୍ପ୍ରତି ୨.୪ ନିୟୁତ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି।

ଏହି ସମୟ ମଧରେ ଦିଲ୍ଲୀରେ ସର୍ବାଧିକ ୩୦୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦିନକରେ ସେଠାରେ ୨୬ ହଜାରରୁ ଅଧିକ ନୂଆ ସଂକ୍ରମଣ ଘଟଣା ଦୃଷ୍ଟିକୁ ଆସିଛି। ସେହିଭଳି ମହାରାଷ୍ଟ୍ରରେ ୬୭,୦୧୩ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେହି ରାଜ୍ୟରେ ୫୬୮ ଜଣଙ୍କର ପ୍ରାଣହାନି ଘଟିଛି। ଅନୁରୂପ ଭାବରେ ଉତ୍ତର ପ୍ରଦେଶରେ ଗୋଟିଏ ଦିନରେ ୩୪,୩୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୦୯୪,୮୪୦, କେରଳ ୧,୩୨୨,୦୫୪, କର୍ଣ୍ଣାଟକ ୧,୧୦୯, ୬୫୦, ତାମିଲନାଡୁ ୯୬୨,୯୩୫, ଆନ୍ଧ୍ରପ୍ରଦେଶ ୯୪୨,୧୩୫, ଉତ୍ତରପ୍ରଦେଶ ୯୭୬,୭୬୫ ଏବଂ ଦିଲ୍ଲୀରେ ୯୫୬,୩୪୮କୁ ବୃଦ୍ଧିପାଇଛି।

ସେହିଭଳି ସମଗ୍ର ବିଶ୍ୱରେ ମୋଟ ୧୪୫,୩୧୨,୨୩୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୩,୫୭୯,୮୪୮ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୩,୦୮୪,୩୫୭ ଜଣଙ୍କର ମୃତ୍ୟୁଘଟିଛି।

Comments are closed.