ଆସିବ ନୂଆ ୨୦ ଟଙ୍କିଆ ନୋଟ୍‍

0

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦ ଟଙ୍କିଆ ନୋଟ୍‍ ଜାରି କରାଯିବ। ଆରବିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୧୬, ମାର୍ଚ୍ଚ ୩୧ ସୁଦ୍ଧା ୪୯୨ କୋଟି ୨୦ ଟଙ୍କିଆ ନୋଟ୍‍ ପ୍ରଚଳିତ ଥିବା ବେଳେ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ସେଥିରେ ଦ୍ୱିଗୁଣ ବୃଦ୍ଧି ଘଟିଛି। ମୋଟ ପ୍ରଚଳିତ ନୋଟ୍‍ରେ ୨୦ ଟଙ୍କିଆ ନୋଟ୍‍ର ଅନୁପାତ ୯.୮%। ଚାହିଦାକୁ ଦୃଷ୍ଟିରେ ରଖି ଆହୁରି ୨୦ ଟଙ୍କିଆ ନୋଟ୍‍ ଛପାଯିବ। ଏହାପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିଛବି ଥାଇ ଆରବିଆଇ ଦ୍ୱାରା ନୂଆ ୧୦ ଟଙ୍କିଆ, ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ୍‍ ଜାରି କରାଯାଇଥିଲା।

Leave A Reply