ରାଜ୍ୟରେ ୧୧୮୦୫ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ୧୪୧୪

କଟକ ଓ ସୁନ୍ଦରଗଡରେ ଭୟଙ୍କର ରୂପ ନେଉଛି ସଂକ୍ରମଣ ସ୍ଥିତି

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୮୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୧୪ ଜଣ ଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୬୬୧୧ ଏବଂ ସ୍ଥାନୀୟ ସଂକ୍ରମିତ ୫୧୯୪ ଜଣ ରହିଛନ୍ତି। ଗୋଟିଏ ଦିନରେ ଅନୁଗୁଳରୁ ୬୬୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୦୩, ବରଗଡ ୪୨୧, ଭଦ୍ରକ ୩୦୦, ବଲାଙ୍ଗୀର ୩୫୮, ବଉଦ ୨୪୬, କଟକ ୧୧୯୭, ଦେବଗଡ ୧୦୯, ଢେଙ୍କାନାଳ ୨୮୦, ଗଜପତିରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଗଞ୍ଜାମରୁ ୩୩୧, ଜଗତସିଂହପୁର ୨୭୪, ଯାଜପୁର ୩୯୨, ଝାରସୁଗୁଡା ୩୨୭, କଳାହାଣ୍ଡି ୩୭୭, କନ୍ଧମାଳ ୮୩, କେନ୍ଦ୍ରାପଡା ୧୪୭, କେନ୍ଦ୍‍ୁଝର ୧୮୮, କୋରାପୁଟ ୧୯୬, ମାଲକାନଗିରି ୯୪, ମୟୁରଭଞ୍ଜ ୩୭୪, ନବରଙ୍ଗପୁର ୨୮୦, ନୟାଗଡ ୨୮୦, ନୂଆପଡା ୩୦୭, ପୁରୀ ୩୮୮, ରାୟଗଡା ୧୩୭, ସମ୍ବଲପୁର ୫୫୩, ସୋନପୁର ୨୧୪, ସୁନ୍ଦରଗଡ ୧୨୦୯ ଏବଂ ଷ୍ଟେଟପୁଲରୁ ୨୮୪ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣରୁ ଆଉ ୯୩୨୯ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୦୮୨୫୯୧୪ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬୦୦୪୯୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ ୪୯୧୬୭୪ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ରାଜ୍ୟରେ ସଂପ୍ରତି ୧୦୬୪୭୧ ଜଣ ଆକ୍ରାନ୍ତ ରହିଛନ୍ତି।

Comments are closed.