ରାଫେଲ ପ୍ରସଙ୍ଗରେ ମତ ବଦଳାଇଲେ ପାୱାର

0

ନୂଆଦିଲ୍ଲୀ : ଫ୍ରାନ୍ସରୁ ରାଫେଲ ଯୁଦ୍ଧ ବିମାନ କିଣା ବୁଝାମଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଜଣାଇ ବିବାଦରେ ପଡିଥିବା ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ମତ ବଦଳାଇଛନ୍ତି। ସୋମବାର ପାୱାର କହିଛନ୍ତି ଯେ ରାଫେଲ ପ୍ରସଙ୍ଗରେ ସେ କେବେହେଲେ ମୋଦୀଙ୍କୁ ସମର୍ଥନ କରି ନାହାନ୍ତି; କି ଭବିଷ୍ୟତରେ କେବେହେଲେ ସମର୍ଥନ କରିବେ ନାହିଁ। ମରାଠାୱାଡା ଅଞ୍ଚଳରେ ଦଳୀୟ ବୈଠକରେ ଉଦ୍‍ବୋଧନ ଦେଇ ପୱାର କହିଛନ୍ତି ଯେ ମୋଦୀଙ୍କୁ ସମର୍ଥନ ଜଣାଇବା ନେଇ ତାଙ୍କୁ ସମାଲୋଚନା କରାଯାଉଛି; ମାତ୍ର ଏହି ସମର୍ଥନ କଥା ସମ୍ପୂର୍ଣ୍ଣ ମିଥ୍ୟା। ମୋଦୀଙ୍କୁ ସମର୍ଥନ ଜଣାଇବା ନେଇ ଏନସିପିର ପ୍ରତିଷ୍ଠାତା ସଦସ୍ୟ ତାରିକ ଅନୱର ଓ ସାଧାରଣ ସମ୍ପାଦକ ମୁନାଫ ହାକିମ ଦଳ ଛାଡିଛନ୍ତି।

Comments
Loading...