ନେତାଜୀ ଯୁବ ସେବା ସମିତି ପକ୍ଷରୁ ଅସହାୟ ମହିଳାଙ୍କୁ ସିଲେଇ ମେସିନ୍ ପ୍ରଦାନ

କଟକ: ପବିତ୍ର ଦୀପାବଳି ଓ ଶିଶୁ ଦିବସ ଅବସରରେ କଟକ ପିଠାପୁର ରାଧାକୃଷ୍ଣ ମନ୍ଦିରରେ ନେତାଜୀ ଯୁବ ସେବା ସମିତି ପକ୍ଷରୁ ଅସହାୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ, ଦ୍ବିତୀୟ ପର୍ଯ୍ୟାୟରେ ୬ଟି ସିଲେଇ ମେସିନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପିଠାପୁର କାଳୀୟଦଳନ ପୂଜା କମିଟି ଓ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ହରିଶଙ୍କର ରାଉତ, କଟକ ବିଜୁ ଯୁବ ଜନତା ଦଳର ସଭାପତି ମନୋଜିତ୍ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ ଓ ଉତ୍ସାହ ଦେଇଥିଲେ। ଯୁବ ସେବାସମିତି ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ସଦ୍ୟସଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

Comments are closed.