କଟକରେ ନେତାଜିଙ୍କ ଜନ୍ମ ସ୍ଥାନରେ ଶ୍ରଦ୍ଧାସୁମନ ଅର୍ପଣ

କଟକ: ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ବିକାଶ ପରିଷଦର ଅଖିଳ ଭାରତୀୟ ସଂଗଠନ ସମ୍ପାଦକ ସୁରେଶ ଜୈନ କଟକରେ ନେତାଜିଙ୍କ ଜନ୍ମ ସ୍ଥାନ ପରିଦର୍ଶନ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ରକ୍ତଦାନ ଶିବିର ପରିଦର୍ଶନ କରିବା ସହ ଗୋପବନ୍ଧୁ ଭବନ, ସମାଜ ଅଫିସ କଟକ ପରିଦର୍ଶନ କରି ଗୋପବନ୍ଧୁ ଦାସ, ବିଶ୍ୱନାଥ ଦାସ, ପଦ୍ମଭୂଷଣ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟଙ୍କ ସହ ସମାଜର ସାମ୍ପ୍ରତିକ ପରିସ୍ଥିତରେ ଯୁବକ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତ ଅଧ୍ୟକ୍ଷ ଶୁଭାଶିଷ କର, ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା, ପ୍ରାନ୍ତ ସଂଗଠନ ସମ୍ପାଦକ ସୌମେନ୍ଦ୍ର ଦାସ, ଟି.ବାନାମ୍ବର ପାତ୍ର ତଥା ଭାରତ ବିକାଶ ପରିଷଦ କଟକ ଚଣ୍ଡୀ ଶାଖା, କଟକର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.