ନେତାଜୀ ପାଠାଗାର ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ

ନେତାଜୀ ଜୟନ୍ତୀ ଅବସରରେ ଦାତବ୍ୟ ରକ୍ତଦାନ ଶିବିର, ୭୦ ୟୁନିଟ ରକ୍ତ ସଂଗ୍ରହ 

ଚୌଦ୍ୱାର: ଆଗ୍ରାହାଟ ପଞ୍ଚାୟତ କୁଜୀବରସ୍ଥିତ ନେତାଜୀ ପାଠାଗାର ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ନିଃସ୍ୱାର୍ଥ ସେବା ସଂଗଠନ, ମାରୁତୀ ସେବା ଏବଂ ନେତାଜୀ ପାଠାଗାରର ସଦସ୍ୟବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାନ୍ ସଂଗ୍ରାମୀ ମହାପୁରୁଷ ନେତାଜୀଙ୍କ ଜୀବନୀ ଆଲୋଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମଧୁସୁଦନ ବିଶ୍ୱାଳ, ଜନ୍ମେଜୟ ନାୟକ, ଶ୍ରାବଣୀ ବରାଳ, ବୀରେନ୍ଦ୍ର ତରାଇ, ପ୍ରଭୁ ପ୍ରସାଦ ନାୟକ, ଗୌରବ ସାହୁ, କାଳନ୍ଦୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉମେଶ ଚନ୍ଦ୍ର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଉତ୍କଳ ପୂଜନ ପରିଷଦ ଓ ଉଦୟନାଥ ଚେରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଚୌଦ୍ୱାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ନେତାଜୀ ଜୟନ୍ତୀ କୋଭିଡ଼ କଟକଣାରେ ପାଳିତ ହୋଇଛି। ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଚନ୍ଦ୍ରମୋହନ ସାହୁ, ଡ. ବସନ୍ତ କୁମାରୀ ନନ୍ଦ, ଦୀପ୍ତି ରଞ୍ଜନ ବେହେରା, ପଲ୍ଲବୀ ସାହୁ, କୁଳମଣି ବେହେରା, ସମରେନ୍ଦ୍ର ଷଢ଼ଙ୍ଗୀ ପ୍ରମୁଖ ନେତାଜୀଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲେଶଚନା କରିଥିଲେ। ସମ୍ପାଦକ ମାନସ କୁମାର ସାହୁ ସ୍ୱାଗତ ଭାଷଣ ଓ ରାଜେଶ ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ଶିଶୁ ସଦନରେ ଆୟୋଜିତ ଜୟନ୍ତୀ ଉତ୍ସବରେ ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ନେତାଜୀଙ୍କ ଜୀବନୀ ଆଲୋଚନା କରିଥିଲେ। ଏହି ଅବସରରେ ଶିଶୁସଦନର ଅନ୍ତେବାସୀଙ୍କଦ୍ୱାରା ସର୍ବଧର୍ମ ପ୍ରାର୍ଥନା, ବେଦ ଆବୃତ୍ତି, ଗୀତାପାଠ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ୟୁଥ ଫର ସେବା ଅନୁଷ୍ଠାନ ଓ ବାଣୀପଦାସ୍ଥିତ ଉତ୍କଳ ଇଣ୍ଟରନେସନାଲ ସ୍କୁଲ ମିଳିତ ଆନୁକୁଲ୍ୟରେ ସ୍କୁଲ ପରିସରରେ ଏକ ଦାତବ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୁଜୁରାଟର ବିଶିଷ୍ଟ ସମାଜସେବୀ ଗୌତମ ମେହେଟ୍ଟା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିବିରରେ ମୋଟ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଯୁବନେତା ଶୁଭେନ୍ଦୁ ସାମଲ, ପୂର୍ବତନ କାଉନସିଲର ସୁବ୍ରତ ସାମଲ, ଚଳଚିତ୍ର ଅଭିନେତ୍ରୀ ମେଘନା ମିଶ୍ର, ସମାଜସେବୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ। ଇଣ୍ଟର ନ୍ୟାସନାଲ ସ୍କୁଲର ମୁଖ୍ୟ ଗଣେଶ ପ୍ରସାଦ ବେହେରା ଓ ୟୁଥ ଫର ସେବାର ସଭାପତି ଶାରଦା ରଞ୍ଜନ ପରିଜାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ସ୍କୁଲ ଅଧ୍ୟକ୍ଷ ବୈକୁଣ୍ଠନାଥ ତାରେଣିଆ, ୟୁଥ ସେବାର ସମ୍ପାଦକ ସଂଜୟ କୁମାର ବେହେରା,ସନ୍ତୋଷ କୁମାର ଭୁୟାଁଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।

Comments are closed.