କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ନିର୍ଦ୍ବନ୍ଦରେ ଅରବିନ୍ଦ ଚୋୖଧୁରୀ ନିର୍ବାଚିତ

ନର୍ଲା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ଅମୃତା ସାହୁ ଅନସ୍ଥା ପ୍ରସ୍ତାବରେ ନିଜର ପଦ ହରେଇଥିବା ବେଳେ ଉକ୍ତ ପଦ ଖାଲି ପଡିଥିଲା । ତେବେ ଅକ୍ଟୋବର ମାସ ୧୬ ତାରିଖରୁଏହି ପଦବୀର ଦାୟିତ୍ୱ ନିର୍ବାହ କରୁଥିଲେ ଉପାଧ୍ୟକ୍ଷା ଆନନ୍ଦିନୀ ଭୋଇ । ତେବେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଆଜି ଏହି ପଦବୀ ପାଇଁ ନିର୍ବାଚନ ଘୋଷଣା ହୋଇଥିଲା । ପ୍ରାର୍ଥୀପତ୍ର ଦାଖଲର ନିର୍ଘଣ୍ଟ ସମୟ ସୁଦ୍ଧା କେବଳ ଜଣେ ପ୍ରାର୍ଥୀ ଅରବିନ୍ଦ ଚୋୖଧୁରୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ୧୨ ଟି ପଞ୍ଚାୟତ ମଧ୍ୟରୁ ଅନ୍ୟ କୌଣସି ସମିତି ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିବା ଜଣାପଡିଛି । ଶେଷରେ ଶ୍ରୀ ଚୋୖଧୁରୀଙ୍କୁ ନିର୍ଦ୍ବନ୍ଦରେ ଅଧ୍ୟକ୍ଷ ଘୋଷଣା କରାଯାଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା ଭାଇ)ଙ୍କ ଦୃଢ ନେତୃତ୍ବରେ ପୁଷ୍ପେନ୍ଦ୍ର କୁମାର ସିଂଦେଓ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ, ସାରଦାପ୍ରସନ୍ନ ସ୍ବାଇଁ, ଦେବେନ୍ଦ୍ର ସା, ନନ୍ଦିକିଶୋର ମାଝୀ, ମ.ରାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାଖୁଡ, ଆଦିବାସୀ ନେତା ପ୍ରକାଶ ମାଝୀ, ଚନ୍ଦ୍ରଭାନୁ ସାହୁ, ହେମସାଗର ସାହୁ, ପରଶୁରାମ ସାହୁ, ବିକ୍ରମ ସାହୁଙ୍କ ଉପସ୍ଥିତିରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ନବ ନିର୍ବାଚିତ ଅଧ୍ୟକ୍ଷ ଅରବିନ୍ଦ ଚୋୖଧୁରୀଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହ କର୍ଲାମୁଣ୍ଡାବାସୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।ନିର୍ବାଚନ ଅଧିକାରୀ ଭାବରେ କେସିଙ୍ଗା ତହସିଲଦାର ଗଣ୍ଡାରାମ ଖମାରୀ ଦାୟିତ୍ବ ନିର୍ଵାହ କରିଥିଲେ । ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ସମାପନ ହୋଇଥିବା ଜଣାପଡିଛି ।

Comments are closed.