ନେପାଳ ଭାରତୀୟ ଦୂତାବାସ ବାହାରେ ବିସ୍ଫୋରଣ

0

କାଠମାଣ୍ଡୁ : ନେପାଳର ବିରାଟନଗରସ୍ଥିତ ଭାରତୀୟ ଦୂତାବାସ ବାହାରେ ଏକ ବିସ୍ଫୋରଣ ଘଟିଛି। ସୋମବାର ରାତିରେ ଦୂତାବାସ ପଛପଟେ ଥିବା ଏକ ଖୋଲା ପଡିଆରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଦୂତାବାସର କାନ୍ଥ ଫାଟିଯାଇଛି। ବିସ୍ଫୋରଣ ପରେ ଦୂତାବାସ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସ୍ଥାନୀୟ ଏକ ରାଜନୈତିକ ଦଳର ହାତ ଥିବା ପୁଲିସ ସନ୍ଦେହ କରୁଛି। ଏହି ଦଳ ପକ୍ଷରୁ ସୋମବାର ବିରାଟନଗର ବନ୍ଦ ଡାକରା ଦିଆଯାଇଥିଲା ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

Leave A Reply